ପିପିଲି, ୨୬/୧୨(ଏସଏସନିୟୁଜ)ଶନିବାର ରାତିରେ ୪ଟି ସ୍ଥାନରୁ ସିରିଜ ଚୋରି ହୋଇଛି । ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ , ପଞ୍ଚାୟତ କାର୍ୟ୍ୟାଳୟ ପାଶ୍ୱର୍ରେ ଥିବା ଜୟଦେବ ବେହେରାଙ୍କ କ୍ରାକ୍ କଂପୁଟର ଏଜୁକେଶନ ସେଣ୍ଟର, ପଞ୍ଚାୟତ କାର୍ଯ୍ୟାଳୟ ପଛପଟେ ଥିବା ମା’ ମମତା ଉତ୍ପାଦକ ଗୋଷ୍ଠିର ଗୃହର ତାଲାଭାଙ୍ଗି ଦୁର୍ବୁତ୍ତମାନେ ଚୋରି କରିନେଇଥିବା ବେଳେ ଭକ୍ତ ଦାସିଆଙ୍କ ପୀଠରୁ ଦାନବାକ୍ସ ଭାଙ୍ଗି ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି ।ଏହାସହ ଏକ ମନ୍ଦିରରୁ ଠାକୁରଙ୍କ ଅଳଙ୍କାର ଲୁଟିବାରେ ଚୋରମାନେ ବିଫଳ ହୋଇଥିବା ଜଣାପଡିଛି । ପିପିଲି ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ଚଳାଇଥିବାର ଜଣାପଡିଛି ।
