ଘରମାଲିକୁ ହାଣି ଲୁଟିଲେ

ଜଗତସିଂହପୁର,୨୫/୭(ଏସଏସନିଉଜ)ଘରେ ପଶି ଘରମାଲିକୁ ହାଣି ଲହୁଲୁହାଣ କରି ଲୁଟ ନେଲେ ଦୁର୍ବୃତ୍ତ। କୁଜଙ୍ଗଥାନା ଅନ୍ତର୍ଗତ ହସିଣାଗାଁରେ ଗତକାଲି ରାତିରେ ଏହିଭଳି ଘଟଣା ଘଟିଛି।ପ୍ରାୟ ରାତି ୮ଟା ସମୟରେ ଦେବୀପ୍ରସାଦମିଶ୍ରଙ୍କ ଘରେ ଦୁଇ ଜଣ ବ୍ୟକ୍ତି ମାରଣାସ୍ତ୍ର ଧରି ଘରେ ପଶି ଆସିଥିଲେ। ଘରେ ପଶି ଘରମାଲିକଙ୍କୁ ଖଣ୍ଡାରେ ହାଣି ରକ୍ତାକ୍ତ କରି ଧମକ ଦେଇ ନଗଦ ୪୦ ହଜାରଟଙ୍କା ଓ ୨ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କରି ଫେରାର ହୋଇଯାଇଥିଲେ ।ଲୁଟପାଟ କରିବା ପରେ ପରିବାର ଲୋକଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ । ଧରାପଡିଯିବା ଭୟରେ ଘର ଭିତରେ ଥିବା ସିସିଟିଭି ହାର୍ଡଡିସ୍କ ନେଇ ଚମ୍ପଟ ମାରିଥିଲେ। ଦୁର୍ବୃତ୍ତମାନେ ଯିବା ପରେ ଗୁରୁତର ଅବସ୍ଥାରେ ଦେବୀ ପ୍ରସାଦ ମିଶ୍ର ମେଡିକାଲରେ ଭର୍ତ୍ତି ହେବା ସହ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

- Advertisement -

Leave A Reply

Your email address will not be published.