ଘାଟିରେ ଜଳିଗଲେ ଟ୍ୟାଙ୍କର ଡ୍ରାଇଭର

0 71

ମୟୁରଭଞ୍ଜ,୪ା୧(ଏସଏସନିଉଜ) ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ଦୁର୍ଘଟଣା ଘଟିଛି । ତେଲ ବୋଝେଇ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଜିଅନ୍ତା ଜଳିଯାଇଛନ୍ତି ଟ୍ୟାଙ୍କର ଡ୍ରାଇଭର । ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି । ଆଜି ସକାଳୁ ମୟୁରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏହି ଦୁର୍ଘଟଣା ଘଟିଛି। ଏକ ତୈଳ ବୋଝେଇ ଟ୍ୟାଙ୍କର ଏବଂ ଏକ କଣ୍ଟେନର ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡିଛି। ଉଭୟଗାଡି ଘାଟିରୁ ତଳକୁ ଓହ୍ଳାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ଫଳରେ ଟ୍ରକ୍ ଦୁଇଟିକୁ ଉଦ୍ଧାର କାର‌୍ୟ୍ୟରେ ବାଧା ସୃଷ୍ଟି ହେଉଛି ତେବେ ଦୁଇଟି ଯାକ ଟ୍ରକରେ ନିଆଁ ଲାଗିଯାଇଛି । ଟ୍ୟାଙ୍କର ଡ୍ରାଇଭର ଜଣକ ଟ୍ରକରେ ଚାପି ହୋଇ ଜିଅନ୍ତା ଜଳି ଯାଇଥିବା କୁହାଯାଉଛି। ଘଟଣାସ୍ଥଳରେ ବାଙ୍ଗିରିପୋଷି ଏବଂ ବିଶୋଇ ପଟୁ ଦୁଇ ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି।

Leave A Reply

Your email address will not be published.