ସିରିଜ ଦୁର୍ଘଟଣା- ୪୦ ଆହତ

0 52

ଢେଙ୍କାନାଳ.୪ା୧(ଏସଏସନିଉଜ)କାମାକ୍ଷାନଗରରେ ଘଟିଛି ସିରିଜ୍ ଦୁର୍ଘଟଣା ।ଏଥିରେ ଏକ ପିକନିକ୍ ବସ୍ ଦୁର୍ଘଟଣାଗସ୍ତ ହେବାରୁ ୪୦ ଜଣ ଆହତ ହୋଇଛନ୍ତି । ହାଇୱାକୁ ବସ୍ ଧକ୍କା ଦେବା ପରେ ବସ୍‌କୁ ପିଟିଲା ଆଉ ଏକ ଟ୍ରକ୍ ।ମହାବୀରରୋଡ ଥାନା ଭେଜିଆ ଛକରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି । ଉଭୟ ଗାଡ଼ିର ଡ୍ରାଇଭର ସହ ବସ୍‌ରେ ଥିବା ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିସ୍‌ାପାଇଁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଛି । ଚଣ୍ଡିଖୋଲ ଅଂଚଳରୁ ୫୧ଜଣ ଯାତ୍ରୀଙ୍କୁ ନେଇ ନିରୁପମା ନାମକ ବସସମ୍ବଲପୁର ହୀରାକୁଦରୁ ପିକନିକ ସାରି ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଘଟଣାସ୍ଥଳରେ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି ।

Leave A Reply

Your email address will not be published.