ଗାଁକୁ ପଶିଆସିଲା ଭାଲୁ ଓ ବିଲୁଆ

0 78

ଭଦ୍ରକ,୪ା୧(ଏସଏସନିଉଜ) ଗାଁ ଭିତରକୁ ଏକ ଭାଲୁ ଓ ଶିଆଳ ପଶିଆସି ଆତଙ୍କ ଖେଳାଇଥିଲା ।ତାହାବୁଡରେ ଯିଏ ପଡିଲା ତାହାର ନିସ୍ତାର ମଧ୍ୟ ମିଳିନଥିଲା ।ଭଦ୍ରକର ତିହିଡ଼ି ଓ ବାଲେଶ୍ବର ନୀଳଗିରିରେ ୮ ଜଣ ଏମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।ତିହିଡ଼ି ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଦୁମୁକା ଗାଁର କମଳାକାନ୍ତ ନାୟକ ଶୌଚ ହେବାକୁ ଯାଇଥିବା ବେଳେ ଏକ ଶିଆଳ ତାଙ୍କୁ ଆକ୍ରମଣ କରି ତାଙ୍କ ଗୋଡ଼ ହାତକୁ କାମୁଡି ଖଣ୍ଡିଆଖାବରା କରିଦେଇଥିଲା ।ସେହିପରି ଗ୍ରାମର ଉମାମଣି ବାରିକ , ବିଶ୍ବନାଥ ମଲିକ .ଜୟନ୍ତୀ ମଲିକ , ଧନ ଖିଲାର .ଧନୁ ମଲିକ ବିଲୁଆ ଆକ୍ରମଣରେ ଆହତ ହୋଇଥିଲେ ।ନୀଳଗିରି ବ୍ଲକ୍ ବାଉଁଶବଣିଆ ପଞ୍ଚାୟତର ଟଣକା ଓ ବାଉଁଶବଣିଆ ଗାଁରେ ଏକ ବଣୁଆ ଭାଲୁ ଆତଙ୍କ ଖେଳାଇଥିଲା । ଟଣକା ଗାଁର ଲକ୍ଷ୍ମୀଧର ନାୟକଙ୍କ ଧାନଖଳାରେ ଭାଲୁଟି ଶୋଇଥିବାବେଳେ ତାଙ୍କୁ ଆକ୍ରମଣ କରିଥିଲା ।ଶିବଶଙ୍କର ସିଂ ଘରକୁ ଯାଉଥିବା ବେଳେ ଭାଲୁ ପଛପଟୁ ଆସି ଆକ୍ରମଣ କରିବାକୁ ଚେଷ୍ଟା କରିଥିବାବେଳେ ସେ କୈାଶଳକ୍ରମେ ବର୍ତିଯାଇଥିଲେ ।ସେପଟେ ବଉଳଗଡ଼ିଆ ଆର୍‌ଡି ରାସ୍ତା ଉପରେ ଭାଲୁ ଦୌଡ଼ିବା ଦେଖି ଯାତାୟତ ସବୁ ଠପ୍ ହୋଇଯାଇଥିଲା ।ଖବରପାଇ ବନବିଭାଗ କର୍ମଚାରୀମାନେ ଆସି ୩ଘଂଟାକାଳ ପରିଶ୍ରମକରି ଭାଲୁକୁ ଜଙ୍ଗଲକୁ ଫେରାଇଥିଲେ ।

Leave A Reply

Your email address will not be published.