ବିକଶିତ ଭାରତ ସଂକଳ୍ପରଥକୁ ଭଙ୍ଗାରୁଜା

ଥାନା ସମ୍ମୁଖରେ ବିଜେପିର ପ୍ରତିବାଦ

0 62

ଭଦ୍ରକ ,୪ା୧(ଏସଏସନିଉଜ) ଗତକାଲି ଧାମନଗର ବ୍ଲକ୍ ଚୁଡାକୁଟିଠାରେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ପ୍ରଚାର ପାଇଁ ପରିଭ୍ରମଣ କରୁଥିବା ବିକଶିତ ଭାରତ ସଂକଳ୍ପ ରଥକୁ କେତେକ ଦୁର୍ବୃତ୍ତ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୁଲିସ ରଞ୍ଜିତ ସାମଲ ଓ ଶ୍ରୀକାନ୍ତ ଦାସ ନାମକ ୨ଯୁବକଙ୍କୁ ଅଟକ ରଖିଛି। ବୁଧବାର ଅପରାହ୍ନରେ ଚୁଡାକୁଟି ମେଳଣ ପଡିଆରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ କାର‌୍ୟ୍ୟକ୍ରମର ଏକ ସଭା ଚାଲିଥିଲା। ଏଥିରେ ଧାମନଗର ବିଧାୟକ ସୂର‌୍ୟ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ସମେତ ବହୁ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କିତ ଭିଡିଓ ପ୍ରଦର୍ଶିତ ହେଉଥିବାବେଳେ ପ୍ରାୟ ୪ ଜଣ ଯୁବକ ରେ ପହଞ୍ଚି ଗାଳିଗୁଲଜ କରିବା ସହ ପ୍ରଧାନମନ୍ତ୍ରୀଙ୍କ ହୋର୍ଡ଼ିଂ ଚିରିବାସହ ସଂକଳ୍ପ ରଥ ଗାଡ଼ି ସହ ଏଲ୍‌ଇଡିକୁ ଭାଙ୍ଗି ଦେଇଥିଲେ। ଏହାକୁନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା।ପୁଲିସ ଘଟଣାସ୍ଥଳରୁ ରଞ୍ଜିତ ଓ ଶ୍ରୀକାନ୍ତଙ୍କୁ ଥାନାକୁ ଆଣିଥିଲା ।ଏହାର ପ୍ରତିବାଦରେ ସମସ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ଓ ସରକାରୀ କାର‌୍ୟ୍ୟକ୍ରମରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାରୁ କୈାଣସି ସରକାରୀ ଅଧରକାରୀ ଅଭିଯୋଗ ନକରିବା ଆଦି ଅଭିଯୋଗକରି ଶତାଧିକ ବିଜେପି କାର‌୍ୟ୍ୟକର୍ତ୍ତା ଧାମନଗର ଥାନା ଆଗ ଧାମନଗର-ଦେବାଲ ମୁଖ୍ୟରାସ୍ତା ଉପରେ ବସି ପ୍ରତିବାଦ ଜାରି ରଖିଥିଲେ।ପରେ ଭଦ୍ରକ ଉପଜିଲ୍ଲାପାଳଙ୍କ ସମେତ ବିଭିର୍ଣ ଅଧିକାରୀ ପହଁଚି ଅନ୍ୟମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା।

Leave A Reply

Your email address will not be published.