ପୁଲିସ ପଞ୍ଝାରେ ପାହାଡ଼ିଗ୍ୟାଙ୍ଗ

୧.୩ ଲକ୍ଷ ଟଙ୍କା, ୨୨ ମୋବାଇଲ୍ ଜବତ

0 73

ଭୁବନେଶ୍ବର,୪ା୧(ଏସଏସନିଉଜ) ରାଜଧାନୀରେ ଆତଙ୍କ ଖେଳାଇଥିବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଆସିଥିବା ତିନିପାହାଡ଼ି ଗ୍ୟାଙ୍ଗକୁ କ୍ୟାପିଟାଲ୍ ଥାନା ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି ।ସେମାନେ ହେଲେ ଝାଡ଼ଖଣ୍ଡ ତିନିପାହାଡ଼ ଅଞ୍ଚଳର ‌ଶେର୍‌ଶାହା କୁମାର ମାହାତୋ, ଭୁଲୁ କୁମାର ନୁଣିଆ.ରାହୁଲ ନୁଣିଆ, ଛୋଟୁ ରାୟ,ଛୋଟେଲାଲ୍ ମାହାତୋ.ପଶ୍ଚିମବଙ୍ଗ ବର୍ଦ୍ଧମାନ ,ଅଞ୍ଚଳର ସୋନୁ ନୁଣିଆ.ସୁବାସ ନୁଣିଆ, ଓ ସୋନୁ.କୁମାର ନୁଣିଆା ପୁଲିସ ସେମାନଙ୍କଠାରୁ ନଗଦ ୧.୩ଲକ୍ଷ ଟଙ୍କା, ୨୨ଟି ମୋବାଇଲ୍ ଫୋନ, ୨୨ଟି ସିମ୍ କାର୍ଡ ଓ ଅନେକ ଗୁରୁତ୍ବପୂର୍ଣ୍ଣ ଜିନିଷ ଜବତ କରିଛି।
ବିଶେଷକରି ଏମାନେ ଓଭରବ୍ରିଜ୍ ଓ ରେଳଷ୍ଟେସନ ଭଳି ସ୍ଥାନରେ ରହୁଥିଲେ। ଜରିଗୋଟାଇବା କି କୌଣସିକାମ ଆଳରେ ଯେଉଁ ଜାଗାକୁଯାଉଥିଲେ ସେଠାକାର ପରିବେଶକୁ ଅନୁଧ୍ୟାନ କରି ଲୁଟ୍‌ପାଟର ଯୋଜନା କରୁଥିଲେ ।ଏପରିକି ବସ୍‌ଗୁଡ଼ିକରେ ଗହଳିର ସୁଯୋଗ ନେଇ ଲୋକଙ୍କଠାରୁ ମୋବାଇଲ୍ ଝାମ୍ପି ନେଉଥିଲେ। ‌ଗତକିଛିଦିନ ତଳେ କ୍ୟାପିଟାଲ୍ ଥାନା ଅଞ୍ଚଳରେ ଲଗାତାର ତିନି ତିନିଟି ଲୁଟ୍ ହେବାପରେ ପୋଲିସ ଘଟଣାକୁ ଗୁରୁତରସହ ନେବା ସହ ଲୁଟମୋବାଇଲ ନମ୍ବରକୁ ଟ୍ରାକିଂ କରି ଏମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।

 

Leave A Reply

Your email address will not be published.