ମହିଳାଙ୍କୁ ମାଡମାରି ଗିରଫହେଲେ ପଡୋଶୀ

0 50

ମେଣ୍ଢାଶାଳ,୩ା୧(ଏସଏସନିଉଜ)ଚନ୍ଦକାଥାନାଅଧିନସ୍ଥ ସିମିଳିପାଟଣା ଗ୍ରାମରେ ପ୍ରାଚୀର ଭଙ୍ଗାକୁନେଇ ଦୁଇପଡୋଶୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡୋଗଳ ଘଟଣାରେ  ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ଗିରଫହୋଇଥିବା ବ୍ୟକ୍ତି ହେଉଛନ୍ତି ସିମିଳିପାଟଣାର କେଦାର ରଣସିଂ ।
ପ୍ରକାସ ଯେ, କେଦାରରଣସିଂ ଓ ନିରୁପମାରାଉତ ଉଭୟ ପଡୋଶୀ ଅଟନ୍ତି । ଗତ୧୭ତାରିଖରେ କେଦାର ଏକ ଗାଡିନେଇ ମହିଳାଙ୍କ ଘରଆଗରେ ଥିବା ପ୍ରାଚୀରକୁଭାଙ୍ଗିଦେଇଥିଲେ ।ମହିଳାଜଣଙ୍କ ବୁଧବାର ଘରକୁଫେରି କେଦାରଙ୍କ ପାଖକୁଯାଇ ପ୍ରାଚୀରଭାଙ୍ଗିବାନେଇ ପଚାରିଥିଲେ । ଏଥିରେ କେଦାର ରାଗିଯାଇ ମହିଳାଙ୍କୁ ଗୋଟିଏ ଠେଙ୍ଗାରେ ଆକ୍ରମଣକରି ଗାଳିଗୁଲଜ କରିବାସହ ଧକ୍କା ଦେଇଥିଲେ । ଫଳରେ ନିରୁପମା ନିକଟରେ ଥିବା ଏକ କଣ୍ଟାବୁଦା ଉପରେ ଯାଇ ପଡ଼ିବା ସହ ଗୁରୁତର ଆହତ ହୋଇଥିଲେ ବୋଲି ଚନ୍ଦକାଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ପୋଲିସ ୧/୨୪କେଶନଂରେ ଏକ ମକଦ୍ଦମାରୁଜୁକରି କେଦାରଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ତେବେ କେଦାରଙ୍କନାମରେ ୨୦୧୦ ମସିହାରେ ଚନ୍ଦକା ଥାନାରେ ଗୋଟିଏ ଅପରାଧିକ ମାମଲା ଥିବାର ପୋଲିସ ତଦନ୍ତ ବେଳେ ଜାଣବାକୁ ପାଇଥିଲା (ପଦ୍ମଚରଣବଡଜେନାଙ୍କରିପୋର୍ଟ)ା

 

Leave A Reply

Your email address will not be published.