ବଢିଲା ଚିନ୍ତା

କୁଜିହରିଣମୃତ,ବାସନ୍ତୀ ଅସୁସ୍ଥ

0 48

ବାରଙ୍ଗ,୩ା୧(ଏସଏସନିଉଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ନୂଆ ବର୍ଷରେ ନୂଆଅତିଥି ଆସୁଆସୁ ଦିନକପରେ ଆଖିବୁଜିଛି । କୁଜିହରିଣ ଏନକ୍ଲୋଜରରେ ରହୁଥିବା ଏକ କୁଜିହରିଣ ମଙ୍ଗଳବାର ଦିନ ଗୋଟିଏ ଶାବକକୁ ଜନ୍ମ ଦେଇଥିଲା । ମା ଓ ଛୁଆ ସୁସ୍ଥ ଥିବାବେଳେ ଡ଼ାକ୍ତରଙ୍କ ନଜରବନ୍ଦିରେ ରହିଥିଲା । ହେଲେ ଛୁଆଟି ବୁଧବାର ଦିନ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା । ପଶୁଚିକିତ୍ସକମାନେ ତାର ଚିକିତ୍ସା ଜାରି ରଖିଥିଲେ ବି ତାକୁ ବଞ୍ଚେଇ ପାରିନଥିଲେ। ଶେଷରେ କୁଜିହରିଣ ଶାବକଟି ଆଖିବୁଜିଥିଲା । ସେହିପରି ହାତୀସଫାରୀରେ ରହୁଥିବା ହାତୀବାସନ୍ତୀ ପୁଣି ଥରେ ଅସୁସ୍ଥ ହୋଇପଡିଛି । ଗତ କିଛିଦିନ ହେବ ସଠିକଭାବେ ଖାଦ୍ୟ ଗ୍ରହଣ ନକରିବା ସହ ଗତକାଲିଠାରୁ ସେ ଝାଡା ବସିନଥିବା ଜଣାପଡିଛି। ଯାହାକୁ ନେଇ ଡାକ୍ତରମାନଙ୍କର ଚିନ୍ତା ବଢିଯାଇଛି ।ବୁଧବାରଦିନ ପ୍ରାଣୀଉଦ୍ୟାନର ପଶୁଚିକିତ୍ସାଳୟର ଡାକ୍ତରମାନେ ଯାଇ ବାସନ୍ତୀର ଚିକିତ୍ସା ଆରମ୍ଭ କରିଥିବାର ଜଣାପଡିଛି ।

Leave A Reply

Your email address will not be published.