ଗୋଳାପୋଖରୀ ଛକରେ ପୁଲିସର ଫାଙ୍କା ଗୁଳିଚାଳନା

ବାଲେଶ୍ୱର,୮ା୩(ଏସଏସନିଉଜ) ଟାଉନଥାନାଠାରୁ କିଛି ଦୂରରେଥିବା ଗୋଳାପୋଖରୀ ଛକରେ ମଙ୍ଗଳବାର ରାତିରେ ୨ଗୋଷ୍ଠୀ ମୁହାଁମୁହିଁ ହେବା ଓ ପରିସ୍ଥିତିକୁ ନନିୟନ୍ତ୍ରଣକୁ ଆଣିବାପାଇଁ ପୋଲିସକୁ ଫାଙ୍କାଗୁଳିଚାଳନା କରିବାକୁ ପଡିଛି ।ଏକ ଗୋଷ୍ଠିପକ୍ଷରୁ ଶ୍ରୀରାମନବମୀଉପଲକ୍ଷେ ପତାକାବନ୍ଧା ଏବଂ ଜୟଶ୍ରୀରାମନାରା ପଡ଼ିବାକୁନେଇ ଅନ୍ୟ ଏକଗୋଷ୍ଠୀ ବିରୋଧ ଆରମ୍ଭ କରିଥିଲେ।ଏହାକୁନେଇ ଅପ୍ରତୁକିର ପରିସ୍ଥିତି ସୃଷ୍ଟିହେବାରୁ ଘଟଣାସ୍ଥଳରେ ପହଁଚି ଆଇଆଇସି ପର୍ଶୁରାମସାହୁ ଉଭୟଙ୍କୁ ବୁଝାସୁଝା କରିବା ସହ ଜଣେ ଯୁବକକୁ ଧରି ଥାନାକୁ ଆଣୁଥିôଲେ ।ଏହିସମୟରେ ପୋଲିସ ଉପରକୁ ପ୍ରବଳ ପଥରମାଡ଼ ହୋଇଥିଲା । ଏଥିରେ ଆଇଆଇସିଙ୍କ ସମେତ ଆଉ୨ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ ।ପୋଲିସ କବଳରୁ ଉକ୍ତ ଯୁବକକୁ ତାଙ୍କଗୋଷ୍ଠୀ ଛଡ଼ାଇ ନେଇଥିଲେ ।ଏହାପରେ ପୁଲିସଫୋର୍ସ ପହଁଚି ସମ୍ପୃକ୍ତଗୋଷ୍ଠୀଙ୍କୁ ଘଉଡ଼ାଇବାକୁ ଚେଷ୍ଟାକରିଥିବା ବେଳେ ଉତ୍ତେଜନାକାରୀ ଆହୁରି ବଢିବା ସହ ଜୋରରେ ପୁଲିସ ଉପରକୁ ଟେକାପଥର ମାଡ଼ ହୋଇଥିଲା । ପରିସ୍ଥିତି ଅଣାୟତ୍ତହେବାରୁ ପୁଲିସକୁ ଫାଙ୍କା ଗୁଳିଚାଳନା କରିବାକୁ ପଡିଥିଲା ।

 

 

- Advertisement -

Leave A Reply

Your email address will not be published.