ଆଠଗଡ,୮ା୩(ଏସଏସନିଉଜ) ହୋଲିରେ ଆଜି ଗଡିଛି ମୁଣ୍ଡ ।କିଛି ଲୋକ ସଂଘବଦ୍ଧ ହୋଇ ଆକ୍ରମଣ କରିବାରୁ ଗୋଟିଏପରିବାରର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । କଟକଜିଲ୍ଲା ତିଗିରିଆଥାନା ଅନ୍ତର୍ଗତ ନୂଆପାଟଣା ପଞ୍ଚାୟତ ସ୍ଥିତ ସୁରେନ୍ଦ୍ରପାଟଣାଗ୍ରାମର ମୁଣ୍ଡିଆସାହିରେ ଆଜି ସକାଳେ ଗୋଟିଏ ପରିବାରର ତିନିଜଣଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରାଯାଇଛି ।ଏଥିରେ ସୁରେନ୍ଦ୍ରପାଟଣା ମୁଣ୍ଡିଆସାହିର ବାପା ଚିନ୍ତାମଣି ବେହେରାଙ୍କର ମୃତ୍ୟୁ ହୋଇଥିବାବେଳେ ମା-ଝିଅ ଗୁରୁତର ଆହତ ହୋଇଛନ୍ତି । ଉଭୟକୁ ଗୁରୁତରଅବସ୍ଥାରେ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ
