ଗୋରୁ ପାଇଁ ଗୁଳିମାଡ଼

0 159

ଯଶିପୁର, ୨୨/୫(ଏସଏସନିଉଜ) ଗୋରୁ ବୋଝେଇ ଟ୍ରକ୍‌କୁ ରୋକିବା ଯୋଗୁ ଗୁଳିମାଡର ଶିକାର ହୋଇଛନ୍ତି କଟକ ଖପୁରିଆ ଅଞ୍ଚଳର ଦୀପକ ସାହୁ, ରାଣୀହାଟ ଅଞ୍ଚଳର ଶଶିକାନ୍ତ ବେହେରା ନାମକ ୨ ଜଣ ଗୋସୁରକ୍ଷା କର୍ମୀ । ଶନିବାର ଭୋର୍ ସମୟରେ ଯଶିପୁର ବଜାରଠାରୁ ୭ କିମି ଦୂର ୪୯ ନଂବର ଜାତୀୟ ରାଜପଥର ବେଗୁନିଆ ଗାଁ ପାଖରେ ନିର୍ମାଣାଧୀନ ଏକ ଟୋଲ୍‌ଗେଟ୍ ନିକଟରେ ଆସୁଥିବା ଗୋରୁ ବୋଝେଇ ଟ୍ରକକୁ ରେକିବା ସହ ପ୍ରତିବାଦ କରିଥିଲେ ।ଏହିସମୟରେ ଗୋରୁଗାଡ଼ିକୁ ସୁରକ୍ଷା ଦେବାକୁ ପଛରେ ଆସୁଥିବା ୨ଟି ସ୍କୋର୍ପିଓ ପ୍ରାୟ ୧୫ଜଣ ଯୁବକ ଘଟଣାସ୍ଥଳରେ ପହଞ୍ଚି ଗୋସୁରକ୍ଷା କର୍ମୀମାନଙ୍କ ସହ ଯୁକ୍ତିତର୍କ ଓ ପରେ ଆଖିବୁଜା ଗୁଳିଚାଳନା କରିଥିଲେ।ଗୁଳିମାଡ ଶୁଣି ସ୍ଥାନୀୟଗ୍ରାମବାସୀ ଘଟଣାସ୍ଥଳକୁ ଆସୁଥିବାର ଦେଖି ଗୁଳିମାଡ କରିଥିବା ଯୁବକମାନେ ଫେରାର ହୋଇଯାଇଥିଲେ । ଗୁରୁତର ଆହତ ହୋଇଥିବା ଗୋସୁରକ୍ଷା କର୍ମୀଙ୍କୁ ଚିକିସ୍‌ା ପାଇଁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ୧୧ ଜଣଙ୍କୁ ଗିରଫ କରିିବା ସହ ଗୋଟିଏ ବୋଲେରୋ, ୩ଟି ସ୍କୋର୍ପିଓ ଓ ଗୋଟିଏ ଗୋରୁ ବୋଝେଇ ଟ୍ରକ୍‌କୁ ଜବତ କରିଛି।

Leave A Reply

Your email address will not be published.