ଗୋଟି ପହଣ୍ଡିରେ ଯଜ୍ଞ ବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂରତି

0 211

ପୁରୀ,୧୩/୭(ଏସଏସନିୟୁଜ) କଳା ଠାକୁର ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି । ଶରଧାବାଲିରେ ଲାଗିଛି ଶ୍ରୀଜିଉଙ୍କ ତିନି ରଥ । ଆଜି ଅପରାହ୍‌ଣରେ ହେବ ଆଡ଼ପ ମଣ୍ଡପ ପହଣ୍ଡି ନୀତି । ଗୋଟି ପହଣ୍ଡିରେ ଯଜ୍ଞ ବେଦୀକୁ ବିଜେ କରିବେ ମହାପ୍ରଭୁ । ସଂଧ୍ୟାଧୂପ ସରିବା ପରେ ହେବ ପହଣ୍ଡି । ଗୋଟି ପହଣ୍ଡିରେ ଯଜ୍ଞ ବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂରତି । ରଥାରୂଢ଼ ଶ୍ରୀଜିଉଙ୍କ ନିକଟରେ ଚାଲିଛି ନୀତିକାନ୍ତି । ଆରପଟେ ରଥଯାତ୍ରା ନିମନ୍ତେ ପୁରୀ ସହର ପାଇଁ ୧୩ ତାରିଖ ସନ୍ଧ୍ୟା ୮ ଯାଏଁ ଜାରି ହୋଇଥିବା କର୍ଫ୍ୟୁ ପ୍ରତ୍ୟାହାର କରି ନିଆଯାଇଛି। କେବଳ ଶରଧାବାଲି ସନ୍ନିକଟ ଅଞ୍ଚଳରେ ୧୪ ତାରିଖ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର. ରହିବ।

Leave A Reply

Your email address will not be published.