ଭୁବନେଶ୍ୱର୧୩/୭(ଏସଏସନିୟୁଜ) ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ୭୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବଜ୍ରପାତ ଯୋଗୁ ଅନେକ ଧନଜୀବନ କ୍ଷତିଗ୍ରସ୍ତ ହୋଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୪୧ ଜଣ ବଜ୍ରପାତରେ ପ୍ରାଣ ହରାଇବାସହ ୧୬ଟି ଜିଲ୍ଲା ପ୍ରଭାବିତ ହୋଇଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ।. ରାଜସ୍ଥାନରେ ୨୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିଲା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଜୟପୁରରେ ସର୍ବାଧିକ ୧୧ ଜଣ ପ୍ରାଣ ହରାଇଛନ୍ତି। ରାଜସ୍ଥାନରେ ୨୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିଲା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଜୟପୁରର ଅମ୍ବର ଦୁର୍ଗ ନିକଟ ପାହାଡ ଉପରେ ଓ ୱାଚ ଟାୱାରରେ ଚଢ଼ି କିଛି ଲୋକ ସେଲ୍ଫି ନେଉଥିଲା ବେଳେ ବଜ୍ରପାତ ଘଟିଥିଲା। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୃତକଙ୍କ ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶରେ ବଜ୍ରପାତ ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବଜ୍ରପାତ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖବ୍ୟକ୍ତ କରିବା ସହ ମୃତକମାନଙ୍କ ପରିବାର ପାଇଁ ୨ ଲକ୍ଷ ଓ ଆହତମାନଙ୍କୁ ୫୦,୦୦୦ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।
Next Post