ସହକାରୀ ବନ ସଂରକ୍ଷକ ପୋଡ଼ି ହୋଇ ଗୁରୁତର

0 193

ପାରଳାଖେମୁଣ୍ଡି,୧୩/୭(ଏସଏସନିୟୁଜ) ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି । ତାଙ୍କ ଶରୀରର ୮୦ପ୍ରତିଶତ ପୋଡିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସୌମ୍ୟରଞ୍ଜନ ଗତ ୬ ମାସ ତଳେ ବିବାହ କରିଥିବା ବେଳେ ସେ ପତ୍ନୀଙ୍କ ସହ ନିଜ ସରକାରୀ ବାସଭବନରେ ଥିଲେ। ଏପରି ଘଟଣା କାହିଁକି ଓ କିପରି ଘଟିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ ।ଗତକାଲି ରାତି ପ୍ରାୟ ୯ଟା ବେଳେ ତାଙ୍କ ପତ୍ନୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କ ସରକାରୀ ବାସଭବନରେ ପହଁଚିବାପରେ ସୌମ୍ୟରଞ୍ଜନ ପୋଡ଼ି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଜିଲ୍ଲା ବନବିଭାଗ ଅଧିକାରୀ, ସ୍ଥାନୀୟ ପୁଲିସ୍ ମେଡିକାଲରେ ପଞ୍ଚିଥିଲେ। ତେବେ ଏହା ଘଟଣା ନା ଦୁର୍ଘଟଣା ,ଏପରି ଘଟଣା କାହିଁକି ଓ କିପରି ଘଟିଲା ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

Leave A Reply

Your email address will not be published.