ଆଜି ୧୫ଜିଲ୍ଲାରେ ଟିକାକରଣ ବନ୍ଦ

0 230

ଭୁବନେଶ୍ୱର୧୩/୭(ଏସଏସନିୟୁଜ)ଆଜି ରାଜ୍ୟରେ ୧୯୩୦ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୧୧୧୭କ୍ୱାରେଟାଇନରୁ ଓ ୮୧୩ ସ୍ଥାନୀୟ ସଂକ୍ରାମଣ ବୋଲି ଜଣାପଡିଛି । ସେହିଭଳିଭାବେ ଆଉ ୬୮ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାର ଜଣାପଡିଛି । ଅନ୍ୟପଟେ ମଙ୍ଗଳବାର ରାଜ୍ୟର ଅନୁଗୁଳ, ବାଲେଶ୍ବର, ଦେବଗଡ଼, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା ଓ ସମ୍ବଲପୁରରେ ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବାନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.