+୨ ସିଟ୍ ବଢ଼ାଇବା ପାଇଁ ମିଳିଲା ଅନୁମତି

0 164

ଭୁବନେଶ୍ୱର,୧୩/୭(ଏସଏସନିୟୁଜ) ରାଜ୍ୟରେ +୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ଥିବାବେଳେ ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୧୦ ପିଲା ମାଟ୍ରିକ ପାସ୍ କରିଛନ୍ତି ।ବଳକା ରହୁଥିବା ଛାତ୍ରଛାତ୍ରୀମାନେ କିଭଳି ପାଠପଢିବେ ତାହାକୁ ନେଇ ଉଠିଥିଲା ଦ୍ୱନ୍ଦ ।ଏହି ଘଟଣାକୁ ସରକାର ଗୁରୁତ୍ୱରସହ ନେଇ ଜୁନିଅର କଲେଜ ଗୁଡ଼ିକରେ +୨ ସିଟ୍ ବଢ଼ାଇବା ପାଇଁ ଅନୁମତି ଦେଇଛନ୍ତି । ଏଥିପାଇଁ ଯେଉଁ ଜୁନିଅର କଲେଜମାନ ସିଟ ବୃଦ୍ଧି କରିବାକୁ ଚାହିଁବେ ସେମାନେ ସାମ୍‌ସ ର ଅନ୍‌ଲାଇନ୍ ଜରିଆରେ ୭ ଦିନ ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.