ଗ୍ରାମବାସୀଙ୍କ ସହ  ବିରୋଧରେ ବସିଲେ ଜଟଣୀ ବିଧାୟକ 

0 252

ଜଟଣୀ ,୧୮/୩(ଏସଏସନିୟୁଜ) ୪ ବର୍ଷ ହେଲା ଲାଗି ରହିଥିବା  ଜଗନ୍ନାଥ ଜମି ସମସ୍ୟା ସମାଧାନ ନ ହେବା  ପର୍ଯ୍ୟନ୍ତ ସିଳପୁଆ ମୁଣ୍ଡିଆରୁ ମାଟି ମରୋମ ନେବାକୁ ଦେବୁନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।ଏହାସହ ଗ୍ରାମବାସୀମାନେ ପ୍ରଶାସନ ପକ୍ଷରୁ ନେବାକୁ କରାଯାଇଥିବା ଉଦ୍ୟମକୁ ବିରୋଧ କରି ଗାଡିଆଗରେ ବସିରହିଛନ୍ତି ।ଖବରପାଇ ଜଟଣୀବିଧାୟକ ସୁରେଶ୍ କୁମାର ରାଉତରାୟ ଘଟଣାସ୍ଥଳରେ ପହଁଚି ଗ୍ରାମବାସୀମାନଙ୍କ ମିଶି ଏହି ବିରୋଧରେ ସାମିଲ ହୋଇଛନ୍ତି ।

ପ୍ରକାସ ଯେ, ଏୟାର ପୋର୍ଟ ପାଇଁ ଆବଶ୍ୟକ ଥିବା ମାଟି ମରୋମ ନେବାକୁ ଜିଲ୍ଲା ପ୍ରଶାସନ ଜଟଣୀ ବ୍ଲକ ଅନ୍ତର୍ଗତ କନ୍ତିଆ ପଞ୍ଚାୟତରେ ଥିବା ସିଳପୁଆ ମୁଣ୍ଡିଆରୁ ନେବାକୁ ସ୍ଥିର କରିଛି । ଏୟାର ପୋର୍ଟ ପାଇଁ କନ୍ତିଆ ମୌଜାର ଶିଳ ପୁଆ ପାହାଡ଼ରୁ ତିନି ହଜାର ଟ୍ରିପ୍ ମାଟି ମୋରମ୍ ର ଆବଶ୍ୟକ ରହିଛି । ଦୁଇ ମାସ ଭିତରେ ଏୟାର ପୋର୍ଟ ପାଇଁ ସଂପୂର୍ଣ୍ଣ ମାଟି ଉଠାଯିବା ପାଇଁ ସ୍ଥିର  କରିଛି ଜିଲ୍ଲା ପ୍ରଶାସନ।  ଏଥିନିମନ୍ତେ ଆଜି ଆଜି ସକାଳୁ ପ୍ରଶାସନ ପକ୍ଷରୁ ମୋରମ୍ ଖୋଲିବା ପାଇଁ ଜେସିବି, ହାଇୱା ପହଞ୍ଚିଥିଲା।ଏହି ଖବର ଜାଣିବାପରେ ଗ୍ରାମବାସୀମାନେ ଏକାଠି ହୋଇ ବିରୋଧ କରିବା ସହିତ ଗାଡି ଆଗରେ ବସି ରହିଥିଲେ।ଫଳରେ ପ୍ରଶାସନ ପକ୍ଷରୁ କରାଯାଇଥିବା ଉଦ୍ୟମ ଫସରପାଟିଯାଇଥିଲା । ଖବର ପାଇ ଜଟଣୀ ପୋଲିସ ପହଁଚି ଉତ୍ୟକ୍ତ ତଥା ଅସନ୍ତୋଷ ଗ୍ରାମବାସୀମାନଙ୍କୁ ବୁଝାସୁଜା କରିଥିଲେ ।ଏହାର କିଛି ସମୟପରେ ଜଟଣୀ ବିଧାୟକ ସୁରେଶ୍ କୁମାର ରାଉତରାୟ ଆସି ଗ୍ରାମବାସୀମାନଙ୍କୁ ସମର୍ଥନ ଜଣାଇ  ବିରୋଧରେ ସାମିଲ ହୋଇ ଗ୍ରାମବାସୀମାନଙ୍କ ସହ ରାସ୍ତାରେ ବସିଥିଲେ ।ପରେ ଜିଲ୍ଲାପଳଙ୍କ ସହ ବିଧାୟକ କଥାହେବାପରେ ମରୋମ ନେବାକାର୍ଯ୍ୟକୁ ପ୍ରଶାସନ ବନ୍ଦ କରି ପୋଲିସ ଫୋର୍ସ, ଜେ ସିବି, ହାଇୱା ଫେରି ଯାଇଥିଲା ।

Leave A Reply

Your email address will not be published.