ନିର୍ବାଚନ ପାଇଁ ହଟିଲା ହୋଡିଂ

0 237

ଡେଲାଙ୍ଗ,୧୮/୩(ଏସଏସନିୟୁଜ) ଡେଲାଙ୍ଗ ରୁ ହଟୁଛି ହୋଡିଂ । ଡେଲାଙ୍ଗ ବ୍ଳକରେ ହେବାକୁ ଥିବା ଉପ ନିର୍ବାଚନ ପାଇ ପ୍ରଶାସନ ପକ୍ଷରୁ ଏହିଭଳି କରାଯାଉଛି । ଡେଲାଙ୍ଗ ବ୍ଳକରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା, ସ୍ୱଚ୍ଛତାର ସହ ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି ।ପ୍ରାଥମିକ ପର୍ଯ୍ୟାୟରେ ଲାଗିଥିବା ବିଭିର୍ଣ ରାଜନୈତିକ ହୋଡିଂକୁ ହଟାଯାଉଛି । ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ଘଢ଼େଇ, ବିଡିଓ ଦିଲିପ କୁମାର ଷଡଙ୍ଗୀ, ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଡେଲାଙ୍ଗ ଷ୍ଟେସନ ଓ ବେରବୋଇ ପ୍ରେଟୋଲପମ୍ପ ସହିତ ରାସ୍ତା କରରେ ଲାଗି ଥିବା ରାଜନୈତିକ ବ୍ୟାନର ଓ ହୋଡିଂ ଗୁଡିକ ହଟାଇଛନ୍ତି । ଏହାପରେ କଣାସରୋଡ, ମୋଟରୀ ଆଦି ରେଳ ଷ୍ଟେସନ ଓ ଛକ ରେ ଲାଗିଥିବା ହୋଡିଂ ଗୁଡିକ ହଟାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.