ଗୁଡିସୁତା ନେଲା ଜୀବନ

କଟକ, ୨୬/୧୨(ଏସଏସନିୟୁଜ) କଟକ ଜଗତପୁର ପୀରବଜାରରେ ଗୁଡ଼ି ସୂତା ଲାଗି ବେକ କଟି ଯିବାରୁ ଭୈରପୁର ଅଞ୍ଚଳର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ।ଯୁବକଜଣଙ୍କ ନୂଆ ବାହା ହୋଇଥିଲେ ।୬ମାସତଳେ ବାହାଘର ହୋଇଥିବାବେଳେ ବାଇକରେ ସ୍ତ୍ରୀଙ୍କୁ ବସାଇ ଶ୍ୱଶୂର ଘରକୁ ଯାଉଥିଲେ ।ବାଟରେ ଯିବାବେଳେ ସ୍ୱାମୀଙ୍କ ବେକରେ ଗୁଡ଼ି ସୂତା ଲାଗି ବେକ କଟିଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିବାର ଜଣାପଡିଛି ।

 

- Advertisement -

Leave A Reply

Your email address will not be published.