ଗୁହାଳ ଘରେ ଅଗ୍ନିକାଣ୍ଡ ଘଟି ୩ ଗାଇ ଜୀବନ୍ତ ଦଗ୍ଧ

0 239

ଡେଲାଙ୍ଗ ,୨୬/୨(ଏସଏସନିୟୁଜ)ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରିସଲ ପଂଚାୟତର ରଂଇସଲ ଗ୍ରାମରେ ଗତ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ଗାଇ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ଘଟଣା ଅନୁଯାୟୀ ଗତ ବିଳମ୍ବିତ ରାତିରେ ରଂଇସଲ ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତ ଖାଇପିଇ ସାରି ଗାଇ ମାନଙ୍କୁ ଖାଇବାକୁ ଦେଇ ଶୋଇବାକୁ ଚାଲିଯାଇଥିଲେ । ଗୁହାଳ ଘରେ ନିଆଁ ଲାଗିଯାଇଥିବା ଗ୍ରାମର କେତେକ ଲୋକେ ଦେଖି ପାଟି କରିବାରୁ ସେ ଉଠି ଦେଖିବାବେଳକୁ ଗୁହାଳ ପୋଡିଯିବା ସହ ୩ ଗାଇ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଖବର ପାଇ ପିପିଲିରୁ ଏକ ଦମକଳଆସି ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।ଯାହାଫଳରେ ଏହି ଗୁହାଳ ନିକଟରେ ଥିବା ଅନ୍ୟ ଚାଳଘରଗୁଡିକ ଅଳ୍ପକେ ରକ୍ଷାପାଇଯାଇଥିଲା

Leave A Reply

Your email address will not be published.