କେବେ ଭାଙ୍ଗିବ ବଡବାବୁମାନଙ୍କ ନୀଦ , କଟାଯିବ ବିପଦ ସଙ୍କୁଳ ଆମ୍ବଗଛ

0 232

ଡେଲାଙ୍ଗ ,୨୬/୨(ଏସଏସନିୟୁଜ)କେବେ ଚେତାପଶିବ ବଡବାବୁମାନଙ୍କର ଆଉ କଟାଯିବ ଗଛ । ନିର୍ଭୟରେ ଯାତାୟତ କରିବେ ପଥଚାରୀ ।ଏହି କଥା ଆମେ କହୁନାହୁଁ କହୁଛନ୍ତି ଡେଲାଙ୍ଗ ଅଂଚଳ ଲୋକ ।ଫନିରେ ଭାଙ୍ଗି ପଡି ଏବେ ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ଉପରକୁ ମାଡିରହିଥିବା ଆମ୍ବ ଗଛକୁ ନେଇ ଉଠିଛି ଭିନ୍ନଭିନ୍ନ ପ୍ରଶ୍ନ ।ଯାହା ଏବେ ଦଣ୍ଡାୟମାନ ହୋଇଛି ଡେଲାଙ୍ଗ- ଖୋର୍ଦ୍ଧା ପିଡିକେ ରାସ୍ତାର ଲୁହାଗଡ ଛକ ନିକଟରେ ।ଗତ ଫନୀ ବାତ୍ୟାଠାରୁ ଏହି ବିଶାଳ ଆମ୍ବ ଗଛ ଓଲଟି ରାସ୍ତା ଉପରକୁ ମାଡି ରହିଛି । ଏହି ଆମ୍ବ ଗଛରେ ଉଇ ଖାଇ ଦୁର୍ବଳ ଅବସ୍ଥାରେ ପହଁଚିଲାଣି ।

ଏହି ରାସ୍ତା ଦେଇ ଯାତାୟାତ କରୁଥିବା ପଥଚାରୀ ମାନଙ୍କଠାରୁ ଆରମ୍ଭ କରି ସ୍କୁଲପିଲାମାନଙ୍କ ପାଇଁ ସୃଷ୍ଟିକରିଛି ବିପଦ ।ସ୍ଥାନୀୟ ସଚେତନଶୀଳ ନାଗରିକମାନେ ଏହି ବିଷୟରେ ବାରମ୍ଭାର ବିଭାଗୀୟ ଅଧିକାରୀ ମାନଙ୍କର ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ବଡବାବୁମାନଙ୍କର ନୀଦ ଭାଙ୍ଗୁନାହିଁ କି ଚେତା ମଧ୍ୟ ପଶୁନାହିଁ ।ଧନଜୀବନ କ୍ଷୟକ୍ଷତି ହେଲେ କଣ ଚେତା ପସିବ ବୋଲି ଲୋକମାନେ କହୁଛନ୍ତି । ଏବେଠାରୁ ସଜାଗ ନରହିଲେ ଆଗକୁ କୈାଣସି ଅଘଟଣ ଘଟିଲେ ସତେବେଳେ ଉତରଦାୟୀ ହେବେତ ବଡବାବୁ । ସେ ସମୟରେ ଲୋକ ମାନଙ୍କର ଆକ୍କୋଶକୁ ସାମ୍ନାକରିପାରିବେତ ଏହି ଅଧିକାରୀ ।ତେବେ କେବେ କଟାଯିବ ଏହି ବିପଦସଙ୍କୁଳ ଆମ୍ବଗଛ ଓ ଖୋର୍ଦ୍ଧା,ଡେଲାଙ୍ଗ ,ପୁରୀ,ପଟ୍ଟନାକିଆକୁ ଯାତାୟତ କରୁଥିବା ଲୋକମାନେ ସୁରକ୍ଷିତ ଭାବେ ଯାତାୟତ କରିବେ ତାହା ଏବେ ସେଠାକାର ଲୋକମାନଙ୍କ ମଧ୍ୟରେ ବଡ ପ୍ରଶ୍ନ ତିଆରି କରିଛି ।

Leave A Reply

Your email address will not be published.