ଗୁଣି ସନ୍ଦେହରେ ପିଟି ମାରିଦେଲେ

0 226

ରାୟଗଡ଼ା,୪/୮(ଏସଏସନିଉଜ) ବୁଧବାର ବିଳମ୍ବିତ ରାତି କାଶୀପୁର ବ୍ଲକ ଦୁଡୁକା ବାହଲ ପଞ୍ଚାୟତର ଟିଟିଗୁଡ଼ା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି। ଗୁଣି ଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଛି ।ଗ୍ରାମବାସୀମାନଙ୍କ ଆକ୍ରମଣରେ ଦଇ ମାଝି ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କର ଦୁଇପୁଅ ଦୁର‌୍ୟ୍ୟ ଓ ଲାଲୁ ସଙ୍କଟାପନ୍ନ ଅବସ୍ଥାରେ ଚିକିସ୍‌ିତ ହେଉଛନ୍ତି । ଗାଁ ଦାଣ୍ଡରେ ମୃତଦେହ ପଡ଼ିଥିବାବେଳେ ଟିକିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକିଛିଦିନ ହେବ ଗାଁରେ ଝାଡ଼ାବାନ୍ତି ଲାଗି ରହିଥିବାରୁ ଏହା ଗୁଣି ସନ୍ଦେହରେ ହେଉଥିବା ର ସନ୍ଦେହ କରି ଗ୍ରାମବାସୀମାନେ ଦଇ ସମେତ ତାଙ୍କ ଦୁଇ ପୁଅଙ୍କୁ ଘରୁ ଉଠାଇ ଆଣି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୁମ ପିଟିଥିଲେ। ଘଟଣାସ୍ଥଳରେ ଦଇଙ୍କର ମୃତ୍ୟୁ ହୋଇଥିଲା ।ଏହାପରେ ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ ।

 

Leave A Reply

Your email address will not be published.