ସଙ୍ଗାତ ସାଜିଲା ପିଶାଚ,ବିଭସ୍‌ଭାବେ ବନ୍ଧୁପତ୍ନୀକୁ କଲା ହତ୍ୟା

0 119

ଘଟଗାଁ ,୪/୮(ଏସଏସନିଉଜ) ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁଣ୍ଡାଟାଙ୍ଗର ଗ୍ରାମରେ ଅତି ବୀଭତ୍ସ ହତ୍ୟାକାଣ୍ଡ ୨୪ ତାରିଖ ରାତିରେ ଘଟିଛି । ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ବନ୍ଧୁ ପତ୍ନୀଙ୍କ ଯୌନାଙ୍ଗରେ ଟାଙ୍ଗିଆ ବେଣ୍ଟ ଭର୍ତ୍ତି କରି ହତ୍ୟା କରିଛି ଦୁର୍ବୁତ
ଘଟଣାଟି ଘଟିଥିଲା ଏମିତି । ଖାଳିଆଡିହା ଗ୍ରାମର ପୁରୁଷୋତ୍ତମ ନାଏକ ଯିଏକି ମୁଣ୍ଡାଟାଙ୍ଗର ଗ୍ରାମର ବୀର ମୁଣ୍ଡାଙ୍କ ସଙ୍ଗାତ ସେ ତାଙ୍କ ଘରକୁ ଆସିଥିଲେ ।ସଙ୍ଗାତ ଘରକୁ ଆସିଥିବା ଖୁସିରେ ବଜାରକୁ ଯାଇ ଉଭୟ ମାଂସ ଆଣି ରାତିରେ ଭୋଜି କରିଖାଇଥିଲେ । ବୀର ମୁଣ୍ଡାଙ୍କ ଦୁଇଜଣ ପତ୍ନୀ ଥିବାରୁ ବୀର ପ୍ରଥମପତ୍ନୀ ସହ ଥିବାବେଳେ ଦ୍ବିତୀୟ ପତ୍ନୀ ସରସ୍ବତୀ ଅନ୍ୟକୋଠରିରେ ଶୋଇଥିବାର ଦେଖି ପୁରୁଷୋତ୍ତମ ପାଖକୁ ଯାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ।ଏଥିରେ ସରସ୍ୱତୀ ରାଜି ବହେବା ସହ ବିରୋଧ କରିବାରୁ ଉତକ୍ଷିପ୍ତ ହୋଇ ତାଙ୍କ ଯୌନାଙ୍ଗରେ ଭର୍ତ୍ତି କରିଦେଇଥିଲେ। ପ୍ରବଳ ରକ୍ତସ୍ରାବ ହୋଇ ମହିଳା ଜଣଙ୍କ ଗୁରୁତର ହୋଇପଡ଼ିବାରୁ ପରଦିନ ତାଙ୍କୁ ଚିକିସ୍‌।ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା ।ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ଏହାପରେ ବୀର ମୃତଦେହକୁ ଆଣି ନିଜ ଘର ନିକଟରେ ପୋତି ଦେଇଥିଲେ।ରାତିରେ ଘଟିଥିବା ଘଟଣା ବିଷୟରେ ଡାକ୍ତରଖାନାକୁ ଯିବାସମୟରେ ସରସ୍ୱତୀ ସଉତୁଣୀର ଝିଅଙ୍କୁ କହିଥିଲେ ।ଯୁବତୀ ଜଣଙ୍କ ବିଳମ୍ଭରେ ମୁହଁ ଖୋଲିବା ସହ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିବାପରେ ୧୫୨/୨୦୨୨କେଶନଂରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।ପୋଲିସ ମାଜଷ୍ଟେଟଙ୍କ ଉପସ୍ଥିତିରେ ପୋତାଯାଇଥିବା ସ୍ଥାନରୁ ମୃତଦେହକୁ ଉଦ୍ଧାର କରିବା ସହ ପୁରୁଷୋତ୍ତମକୁ ଗିରଫ କରିଛି।

 

Leave A Reply

Your email address will not be published.