ଗୁରୁଦ୍ୱାର କୋଭିଡ କେୟାର ସେଣ୍ଟରକୁ ଅମିତାଭ ଦେଲେ୨ କୋଟି

0 289

ଭୁବନେଶ୍ୱର,୧୦/୫(ସତ୍ୟସନ୍ଧାନଡେସ୍କ)ଅମିତାଭ ବଚ୍ଚନ ଦିଲ୍ଲୀ ଗୁରୁଦ୍ୱାର କୋଭିଡ କେୟାର ସେଣ୍ଟରକୁ ୨ କୋଟି ଟଙ୍କା ଦାନ କରିଛନ୍ତି ।ଏହାସହ ଅଧିକ ସୁବିଧା ପାଇଁ ଅଭିନେତା ବିଦେଶରୁ ଅମ୍ଳଜାନ ସିଲିଣ୍ଡର ମଧ୍ୟ ବ୍ୟବସ୍ଥା କରିଛନ୍ତି। ଦିଲ୍ଲୀର ରାକାବ ଗଞ୍ଜ ଗୁରୁଦ୍ୱାରସ୍ଥିତ ଶ୍ରୀ ଗୁରୁ ତେଗ ବାହାଦୂର କୋଭିଡ କେୟାର ସେଣ୍ଟରକୁ ଅମିତାଭବଚ୍ଚନ୨ କୋଟି ଟଙ୍କା ଦାନ କରିଛନ୍ତି। ଏହି ଅବଦାନ ପାଇଁ ଭେଟେରାନ୍ ଅଭିନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀ ଶିଖ୍ ଗୁରୁଦ୍ୱାର ପରିଚାଳନା କମିଟିର ସଭାପତି ମନଜିନ୍ଦର ସିଂ ସିର୍ସା ।ସିର୍ସା ଘୋଷଣା କରିଛନ୍ତି ଯେ ସେଣ୍ଟରରେ ୩୦୦ ଶଯ୍ୟା ବିଶିଷ୍ଟ ଏହି ସୁବିଧାରେ ଆଜିଠାରୁ ଆରମ୍ଭ ହେବା ,ଏଠାରେ ଅମ୍ଳଜାନ, ଡାକ୍ତର, ପାରାମେଡିକ୍ ଏବଂ ଆମ୍ବୁଲାନ୍ସ ରହିବାସହ ସମସ୍ତ ସେବା ରୋଗୀଙ୍କୁ ମାଗଣାରେ ଯୋଗାଇ ଦିଆଯିବ ।ଅକାଳୀ ଦଳର ଜାତୀୟ ମୁଖପାତ୍ର ମଞ୍ଜନ୍ଦର ସିଂ ସିର୍ସା ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ଶ୍ରୀ ଗୁରୁ ତେଗ ବାହାଦୂର କୋଭିଡ କେୟାର ସୁବିଧା ପାଇଁ ୨ କୋଟି ଟଙ୍କା ଦାନ କରିଥିବା ଘୋଷଣା କରିବା ସହ ସିର୍ସା ଲେଖିଛନ୍ତି, “ଶିଖମାନେ କିମ୍ବଦନ୍ତୀ, ସେମାନଙ୍କ ସେବାକୁ ନମସ୍କାର”।ଏହାସହ ଅମିତାଭ ବଚ୍ଚନ ଯେତେବେଳେ ଶ୍ରୀ ଗୁରୁ ତେଗ ବାହାଦୂର କୋଭିଡ କେୟାର ପାଇ ୨କୋଟି ଟଙ୍କା ପ୍ରଦାନ କରିଥିବାରୁ ଧନ୍ୟବାଦ ଦେଇଛନ୍ତି ।ଦେଶରେ  କୋଭିଡର ଦ୍ୱିତୀୟ ତରଙ୍ଗର ହଠାତ୍ ବୃଦ୍ଧି ସହ ସଂଗ୍ରାମ କରୁଛି। ଜଣେ ବିଶ୍ୱ ନାଗରିକ ଭାବରେ ମୁଁ ସମସ୍ତ ନାଗରିକଙ୍କୁ ଅନୁରୋଧ କରୁଛି ଯେ ଏହି ପରିସ୍ଥିତିରେ ଦାନକରିବାକୁ ସାହାର୍ଯ୍ୟର ହାତ ବଢାଇବାର ଆବଶ୍ୟକତା ରହିଛି । କୋଭିଡ-୧୯ବିରୁଦ୍ଧ ସଂଗ୍ରାମରେ ସାହାଯ୍ୟ କରିବାକୁ ବିଗ୍ ବି ବିଶ୍ୱକୁ ଅନୁରୋଧ କରିଛନ୍ତି ।

 

Leave A Reply

Your email address will not be published.