ଭୁବନେଶ୍ୱର, ୧୦ା୧(ଏସଏସନିଉଜ) ଗାଡ଼ିରେ ହାଇସିକ୍ୟୁରିଟି ନମ୍ବରପ୍ଲେଟ ନଥିଲେ ୧୫ରୁ କଟିବ ଚାଲାଣ । ଯେଉଁସବୁ ଯାନବାହନର ନମ୍ବର ପ୍ଲେଟର ଶେଷ ଅଙ୍କ ୧, ୨, ୩, ୪, ୫ କିମ୍ବା ୬ ଥିବ ଏବଂ ସେହି ସବୁ ଗାଡ଼ିଗୁଡ଼ିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ନଥିବ, ସେହି ଗାଡ଼ିମାଲିକଙ୍କଠାରୁ ଆସନ୍ତା ୧୫ତାରିଖରୁ ଫାଇନ୍ ଆଦାୟ କରାଯିବ । ଏସବୁ ଗାଡ଼ିଗୁଡ଼ିକ ପାଇଁ ୫ରୁ ୧୦ ହଜାର ପର୍ୟ୍ୟନ୍ତ ଚାଲାଣ କଟାଯିବ ବୋଲି ଏସଟିଏ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ଏସବୁ ନମ୍ବର ବିଶିଷ୍ଟ ଯାନ ବାହନ ପାଇଁ ଡେଡ୍ଲାଇନ ଥିଲା ଡିସେମ୍ବର ୩୧ ତାରିଖ ।
