ବାରଙ୍ଗରୁ ଚୋରିଟ୍ରାକ୍ଟର ନୟାଗଡ଼ରୁ ଜବତ

0 153

ବାରଙ୍ଗ,୧।୩(ଏସଏସନିଉଜ) ଆନନ୍ଦ ବଜାରରୁ ଚୋରି ହୋଇଥିବା ଟ୍ରାକ୍ଟରକୁ ତିନିଦିନ ପରେ ନୟାଗଡ଼ରୁ ଉଦ୍ଧାର କରିଛି ବାରଙ୍ଗଥାନା ପୋଲିସ।ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରି ପୋଲିସ ବୁଧବାର ଦିନ କୋର୍ଟଚାଳଣ କରିଛି। ସେମାନେ ହେଉଛନ୍ତି ନୟାଗଡ଼ ବୋଡାପଡ଼ା ଗାଁର ପ୍ରଭାତ ଷଣ୍ଢ ଓ ପୁରୁଣା ଘଡୁଆଳ ଗାଁର ଜିତେନ୍ଦ୍ରଭଟ ।
ପ୍ରକାଶଯେ, ବରଙ୍ଗ ଥାନା ଅଧିନସ୍ତ ଶ୍ରୀବନ୍ତପୁର ଗାଁର ସତ୍ୟବ୍ରତ ବଡ଼ଜେନା ଆନଂଦ ବଜାରରେ ଗୃହ ନିର୍ମାଣ ନିମନ୍ତେ ଏକ ଦୋକାନ କରି ବାଲି ଗୋଡି ଆଦି ଯୋଗାଣ କରୁଛନ୍ତି।ତାଙ୍କର ଓଆର ୦୫-ଏଏମ -୪୮୭୩ନମ୍ବର ଟ୍ରାକ୍ତରଟି ଏହି କାମରେ ନିୟୋଜିତ କରିବାସହ ରାତିରେ ଦୋକାନ ଆଗରେ ରଖିଥିଲେ।ଗତ ୨୫ତାରିଖ ବିଳମ୍ବିତ ରାତିରେ ଥୁଆ ହୋଇଥିବା ଟ୍ରାକ୍ଟରକୁ ଦୁଇଜଣ ନେଇଯାଇଥିବାର ୨୬ତାରିଖ ସକାଳେ ଦୋକାନରେ ଲାଗିଥିବା ସିସିକ୍ୟାମେରାରେ ଦେଖିବାକୁ ମିଳିଥିଲା।
ଏସମ୍ପର୍କରେ ସତ୍ୟବ୍ରତ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୬୮/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା।ଏହି ସମୟ ଭିତରେ ଚୋରି ହୋଇଥିବା ଟ୍ରାକ୍ଟରର ଚାଳଜ ଟୁଲୁସାଏକୁ ନୟାଗଡ଼ର ଅନ୍ୟ ଜଣେ ଟ୍ରାକ୍ଟର ଚଳାଉଥିବା ସାଙ୍ଗ ଚୋରି ହୋଇଥିବା ଟ୍ରାକ୍ଟର ଡାଲାକୁ ୬୦ହଜାରେଟଙ୍କା ରେଟକରି ୧୦ହଜାର ଟଙ୍କା ଅଗ୍ରୀମ ଦେଇ କିଣିଥିଲା।ଟ୍ରାକ୍ଟର ନମ୍ବରରୁ ଜାଣିପାରି ପରେ କାହିଁକି ଟ୍ରାକ୍ଟର ବିକିଦେଲ ବୋଲି ଟୁଲୁଙ୍କୁ ପଚାରୁଥିଲା। ଟ୍ରାକ୍ଟର ୨୫ତାରିଖ ରାତିରେ ଚୋରି ହୋଇଯାଇ ଥିବାର ଟୁଲୁ କହିବାପରେ କିଣିଥିବା ଲୋକଙ୍କୁ ଧରାଇ ଦେବାକୁ ପ୍ରତିଶୃତି ଦେଇଥିଲେ।ଏ ବିଷୟରେ ପୋଲିସକୁ ଟ୍ରାକ୍ଟର ମାଳିକ ସୂଚନା ଦେବା ପରେ ନୟାଗଡ଼ର ଏକ କବାଡ଼ିଆକୁ ଟ୍ରାକ୍ଟର ଇଞ୍ଜିନ ବିକ୍ରି କରୁଥିବା ବେଳେ ମଙ୍ଗଳ ବାର ରାତିରେ ପୋଲିସ ହାତରେ ପ୍ରଭାତ ଓ ଜିତେନ୍ଦ୍ରଧରାପଡିଥିଲେ। ଘଟଣାସ୍ତଲରୁ ପୋଲିସ ଦୁଇଜଣଙ୍କୁ ଗିରଫ କରିବାସହ ଚୋରି ଟ୍ରାକ୍ଟରକୁ ଜବତ କରି ବୁଧବାର ଦିନ କୋର୍ଟଚାଲଣ କରିଛି।(ଗୌତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.