ହାତୀଭାଙ୍ଗିଲେ ମିଳିବ ନୂଆଘର

ଭୁବନେଶ୍ବର,୧୩/୮(ଏସଏସନିଉଜ)ଦିନକୁ ଦିନ ତିକ୍ତ ହେବାରେ ଲାଗିଛି ହାତୀ ଓ ମଣିଷଙ୍କ ଭିତରେ ଥିବା ସମ୍ପର୍କ। ଜଙ୍ଗଲ କ୍ଷୟ ହେବାରୁ ହାତୀ ପଲ ଜନବସତି ମୁହାଁ ହେଉଛନ୍ତି। ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳେ।
ବିଶ୍ବ ହସ୍ତୀଦିବସ ଅବସରରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ, ପୂର୍ବରୁ ହାତୀ ଘର ଭାଙ୍ଗିଲେ ୨୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉଥିଲା, କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ହାତୀ ଯୋଗୁଁ ଯଦି ଲୋକଙ୍କ ଘର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୁଏ ତେବେ ସରକାରଙ୍କ ଗୃହ ଯୋଜନାରେ ଯେତିକି ଅର୍ଥ ହିତାଧିକାରୀଙ୍କୁ ମିଳୁଛି ସେତିକି ଅର୍ଥ କ୍ଷତିଗ୍ରସ୍ତଙ୍କୁ ନୂତନ ଘର ନିର୍ମାଣ ପାଇଁ ଦିଆଯିବ।

- Advertisement -

Leave A Reply

Your email address will not be published.