ଖୋଲିବ ନବଦାସଙ୍କ ହତ୍ୟା ଗୁମର

ଭୁବନେଶ୍ବର,୧୩/୮(ଏସଏସନିଉଜ)ଖୋଲିବ ନବ ଦାସଙ୍କ ହତ୍ୟା ମାମଲାର ଗୁମର । ବିଜେପି ସରକାର ଏହି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରଚନ୍ଦନ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ବିଜେଡି ସରକାରରେ କ୍ୟାବିନେଟମନ୍ତ୍ରୀ ଥିଲେ ନବଦାସ । ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଦିନ ଦିପ୍ରହରରେ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ । ଏହି ହତ୍ୟାକାଣ୍ଡ ପଛରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା ।ଆଇନ ମନ୍ତ୍ରୀଙ୍କ ବୟାନ ପରେ ରାଜ୍ୟ ରାଜନୀତିରେ ଉଷ୍ମତା ଦେଖିବାକୁ ମିଳିଛି ।

- Advertisement -

Leave A Reply

Your email address will not be published.