ହାତୀ ମୃତ୍ୟୁ ଘଟଣା, ୩ ଶିକାରୀ ଗିରଫ

0 154

ସୁନ୍ଦରଗଡ଼, ୨୦/୧୧(ଏସଏସନିୟୁଜ) ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ବୁଧବାର ରାତିରେ ବଣାଇ ବନଖଣ୍ତ ଅନ୍ତର୍ଗତ ତେଣ୍ତରା ଗ୍ରାମ ପଥରପୁଞ୍ଜି ନିକଟରେ ଦନ୍ତା ହାତୀ ମୃତ୍ୟୁବରଣ କରିଛି ।ଏହି ଘଟଣାରେ ବନବିଭାଗ ତେଣ୍ତରା ଭୂୟାଁ ସାହିର ଦଶହରା ଭୂୟାଁ, ଝଗଡୁ ଭୂୟାଁ ଓ ନିରଞ୍ଜନ ସାହୁ ନାମକ ଶିକାରୀଙ୍କୁ ଗିରଫ କରି କୋର୍ଟଚାଲଣ କରିଛି ।ସେମାନଙ୍କ ଠାରୁ ହାତୀ ମାରିବାରେ ବ୍ୟବହାର ହୋଇଥିବା ବିଦ୍ୟୁତ ତାର ଗୁଡିକୁ ଜବତ କରାଯାଇଛି ।ଏହି ତିନିଜଣ ଶିକାରୀ ୧୧ କେଭି ବିଦ୍ୟୁତ ଲାଇନରୁ ହୁକ୍ ପକାଇ ବିଦ୍ୟୁତ ତାର ଲଗାଇ ବାର୍‌ହା ଶିକାର ପାଇଁ ଛକି ବସିଥିଲେ।କିନ୍ତୁ ବାର୍‌ହା ବଦଳରେ ଦନ୍ତା ବିଦ୍ୟୁତ ତାର ଲାଗି ମୃତ୍ୟୁବରଣ କରିଥିଲା ।ସକାଳେ ଗ୍ରାମବାସୀଙ୍କଠାରୁ ଖବରପାଇ ବନବିଭାଗ ଘଟଣାସ୍ଥଳ ଅନୁଧ୍ୟାନ କରି ବିଦ୍ୟୁତ ତାର ଲଗାଇ ଦନ୍ତାକୁ ହତ୍ୟା କରାଯାଇଥିବାର ତଦନ୍ତ କରି ଜାଣିବାକୁ ପାଇଥିଲା ।

Leave A Reply

Your email address will not be published.