ବାତିଲ ହେଲା ମାଟ୍ରିକ ପରୀକ୍ଷା

0 246

ଭୁବନେଶ୍ୱର ୨୧/୪(ଏସଏସନିୟୁଜ) ମାଟ୍ରିକ ପରୀକ୍ଷା ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଚଳିତ ବର୍ଷ ପାଇଁ ବାତିଲ ହୋଇଛି ମାଟ୍ରିକ ପରୀକ୍ଷା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ପ୍ରେସ୍‌ମିଟ ଜରିଆରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ।
ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି । ଯାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପରିସ୍ଥିତିରେ ମାଟ୍ରିକ ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାସ । ତେଣୁ ଚଳିତବର୍ଷ ପାଇଁ ମାଟ୍ରିକ ପରୀକ୍ଷାକୁ ବାତିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସ୍ଥିତିକୁ ଦେଖି ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ମଙ୍ଗଳବାର ଦିନ ଅନେକ ଛାତ୍ରଛାତ୍ରୀ ରାସ୍ତାରେ ବସି ଧାରଣା ଦେଇଥିଲେ । ମାଟ୍ରିକ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ । ପରୀକ୍ଷା ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ ୨ ଦିନ ସମୟ ମାଗିଥିଲେ ସରକାର । କିନ୍ତୁ ଏବେ ପରୀକ୍ଷା ବାତିଲ ନେଇ ଘୋଷଣା କରିଛନ୍ତି ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାସ ।

 

Leave A Reply

Your email address will not be published.