ହିସାବ ମାଗିଲେ

ଆଜିର ଖବର ତାରିଖ–୧୭.୦୭.୨୦୨୧(ଶନିବାର)

0 237

୧. କରୋନା ସଂକ୍ରମଣ ହ୍ରାସ ପରେ ହଟିଛି କଟକଣା । ପ୍ରଥମେ ଜିଲ୍ଲା ଭିତରେ, ଏବେ ବାହାର ଜିଲ୍ଲାକୁ ବସ୍‌ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଆଜିଠୁ ସ୍ମାର୍ଟସିଟି ରାଉରକେଲାରୁ ଭୁବନେଶ୍ବର, କଟକ, ଯାଜପୁର, ଅନୁଗୋଳକୁ ନାଇଟ୍‌ ସୁପର ବସ୍‌ ଗଡିଛି ।
୨. ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ଆଇସିସି ଦିନିକିଆ ବିଶ୍ୱକପ୍‌ ସଫଳତାକୁ ବହୁ ବର୍ଷ ହେଲାଣି । ଏବେ ଟିମ୍‌ ଇଣ୍ଡିଆକୁ ଆଗାମୀ ଟି୨୦ ବିଶ୍ୱକପ୍‌ ଜିତିବା ଦରକାର । ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଓପନର ଗୌତମ ଗମ୍ଭୀର ।
୩. କରୋନା ମହାମାରୀ ଯୋଗୁ ୯ ମାସ ହେଲା ବନ୍ଦ ରହିଥିବା ଇଫେଲ୍‌ ଟାଓ୍ବାର ଶୁକ୍ରବାର ଖୋଲିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଟାଓ୍ବାର କେବେ ଏତେଦିନ ବନ୍ଦ ରହି ନ ଥିଲା।
୪. ପଞ୍ଚାୟତ ଭୋଟ୍‌: ବାଲାଟ୍ ବାକ୍ସର ହିସାବ ମାଗିଲେ ନିର୍ବାଚନ କମିଶନ ।
୫. ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ୩, ୪୯୭ କୋଟି ଟଙ୍କା ମୂଲ୍ୟରେ ଜଷ୍ଟ୍ ଡାଏଲ୍‌ର ୪୦.୯୫% ଅଂଶଧନ ଅଧିଗ୍ରହଣ ଘୋଷଣା ।
୬. ଭାରତୀୟ କ୍ରିକେଟ୍ ଦଳର ଶ୍ରୀଲଙ୍କା ଗସ୍ତ ଜୁଲାଇ ୧୮ରୁ ଦିନିକିଆ ସିରିଜ୍ ସହ ଆରମ୍ଭ ହେବ। ରବିବାର ଉଭୟ ଦଳ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ।
୭. ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’ ଅନଲାଇନ୍ ଆଲୋଚନାଚକ୍ର
୮. ୧୫ ବର୍ଷରେ ସୋଆ: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ଜ୍ଵଳ ନକ୍ଷତ୍ର ।
୯. କରୋନା ସଂକ୍ରମଣ କମିବା ପରେ ରାଜ୍ୟରେ ଲକଡାଉନ କୋହଳ କରାଯାଇଛି । ଆଜିଠୁ ରାଜ୍ୟରେ ଖୋଲିଛି ବିୟୁଟି ପାର୍ଲର ଓ ସ୍ପା ।
୧୦. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟରେ ଏକାଧିକ ବଡ଼ବଡ଼ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ମୋଟ ୧୧ ହଜାର କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।
୧୧. ବୋଲବମ ଯାତ୍ରାନେଇ ସୁପ୍ରିମକୋର୍ଟଙ୍କ ଶକ୍ତ ନୀତି । ପୁନଃ ବିଚାର ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ଦେଲେ ପରାମର୍ଶ।
୧୨. ରାଜ୍ୟରେ କୋଭିଡ୍ ସ୍ଥିତିକୁ ଦେଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହ ରାଜ୍ୟର ସମସ୍ତ ସରକାରୀ ଅଫିସରେ ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଅଫିସ୍ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
୧୩. ମାଜଣା, ବନକଲାଗି ଓ ଅଳଙ୍କାର ଲାଗି ବଢି ସାରି ଭୋଗ ସମ୍ପନ୍ନ ହେଲା ପରେ ମା’ ମହାଲକ୍ଷ୍ମୀ ବଡ଼ ଦେଉଳରୁ ଗୁଣ୍ଡିଚା ମନ୍ଦିରକୁ ବିମାନରେ ବିଜେ ହେଉଛନ୍ତି।
୧୪. ମିଶନ ଶକ୍ତି ପାଇଁ ୪୫୩.୫୦ କୋଟିର କୋଭିଡ୍ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୩୩୮ ବ୍ଲକରେ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି ବ୍ୟୟବରାଦ ।
୧୫. ଟିକା ନେବା ପରେ ବି ଡେଲଟା ଭାରିଆଣ୍ଟ ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ।
୧୬. ପାରଳାଖେମୁଣ୍ଡି ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା, ଘଟଣାସ୍ଥଳରେ ପହଁଚିଲେ ସାଇଣ୍ଟିଫିକ୍ ଟିମ୍, ପୁଲିସ ଓ ସୌମ୍ୟଙ୍କ ପରିବାର ।
୧୭. ନବୀନ-ମୋଦୀ ଆଲୋଚନା: ରାଜ୍ୟକୁ ୯୫ % ଟିକା ଯୋଗାଇ ଦେବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ ।
୧୮. ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଭିଯୋଗ – ଧାନ କିଣା ବାବଦ ୬୫୭୦ କୋଟି ଟଙ୍କା ଏଯାଏ ଦେଇନି କେନ୍ଦ୍ର ।
୧୯. ରାଜ୍ୟ ଭିତରେ ଆଜିଠାରୁ ବସ ଚଳାଚଳ ଆରମ୍ଭ, କେବଳ ସିଟରେ ବସି ଯାତ୍ରା କରିବେ ଯାତ୍ରୀ ।
୨୦. ଦେଶରେ କେବଳ ୨୦୨୦ରେ ମଦ୍ୟପାନ ଯୋଗୁଁ ୬୨,୧୦୦ ଜଣ କର୍କଟରେ ଆକ୍ରାନ୍ତ, କୋଭିଡ୍ ସମୟରେ ସ୍ଥିତି ଆହୁରି ଭୟଙ୍କର ; ରିପୋର୍ଟ…।
୨୧. ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟିକାକରଣ ।
୨୨. ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୩୧୭ ଜଣ । ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୨୫୫୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
୨୩. କିଟ୍ ଜମି ଦୁର୍ନୀତି: ମୁଖ୍ୟ ସଚିବ ଓ କିଟ୍ କର୍ତ୍ତୃପକ୍ଷଙ୍କୁ ଲୋକାୟୁକ୍ତ ନୋଟିସ୍‌ ।
୨୪. ଟୋକିଓ ଅଲିମ୍ପିକ୍ସ ଉପରେ କରୋନା ଆତଙ୍କ । ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଜଣେ ଆଥଲେଟ୍ ସମେତ ୫ କର୍ମଚାରୀ ଆକ୍ରାନ୍ତ ।
୨୫. ଓଡ଼ିଶାରେ ରେଳ ବିକାଶକୁ ଗୁରୁତ୍ୱ, ଅଶ୍ୱିନୀଙ୍କୁ ଚିଠି ଲେଖିଲେ ନବଜ୍ୟୋତି ।
୨୬. ତୃତୀୟ ଲହର ପିଲାଙ୍କ ପାଇଁ ବିପଦ।ବର୍ତ୍ତମାନ ଦେଶର କୋଭିଡ୍‌-୧୯ ସ୍ଥିତି ସମ୍ପର୍କରେ ଆୟୋଜିତ ଏକ ସମ୍ମିଳନୀରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ।
୨୭. ଦେଶ ପାଇଁ ଗୌରବ ଆଣିଲେ ଆଉ ଜଣେ ଭାରତୀୟ ମହିଳା, ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପାଇଁ ତିଆରି କରିଛନ୍ତି ରକେଟ ।
୨୮. ଆସନ୍ତା ୨୧ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
➡️ପାଳିବା କାରୋନା ନିୟମ ପାଳନ, ରୋକିବା କରୋନା ସଂକ୍ରମଣ , ଟିକା ନିଅନ୍ତୁ , କରୋନାକୁ ହରାନ୍ତୁ ।ଶୁଭସକାଳ , GOOD MORNING

 

Leave A Reply

Your email address will not be published.