ଆଜିର ଅନୁଚିନ୍ତା

ତାରିଖ - ୧୭:୦୭:୨୦୨୧.ଶନିବାର

0 237

🌻ଶ୍ରଦ୍ଧାରୁ > ଜ୍ଞାନ ନମ୍ରତାରୁ >ମାନ ” ଆଉ ” ନିଜ ଯୋଗ୍ୟତାରୁ > ମିଳେ ସ୍ଥାନ,ହେଲେ ଯେତେବେଳେ ଏଇ ତିନୋଟିଯାକ ମିଶିଯାଏ,ସେତେବେଳେ ଯାଇ ମିଳେ ମଣିଷକୁ ସମ୍ମାନ ।
🌻ଆବଶ୍ୟକ ପୁରଣ ହେଇଗଲେ ମଣିଷର ବ୍ୟବହାର ଆଉ ତାସହ କଥା ହେବା ଶୈଳୀ ମଧ୍ୟ ବଦଳି ଯାଇଥାଏ ।
🌻ସୁନ୍ଦରତାକୁ ସଜାଡିବା ଅପେକ୍ଷା ନିଜର ସଂସ୍କାରକୁ ସଜାଡ଼ି ଦିଅନ୍ତୁ – କାହିଁକିନା ସୁନ୍ଦରତା ଚାଲି ଯାଇଥାଏ ହେଲେ ମଣିଷର ସଂସ୍କାର ମରିବା ପର୍ଯ୍ୟନ୍ତ ରହିଥାଏ ।
🌻ଆପଣ ଯାହା ବିଶ୍ୱାଶ କରନ୍ତି ସେଥିରେ ମନ ପ୍ରାଣ ଦେଇ କାର୍ଯ୍ୟ କରନ୍ତୁ । ଫଳାଫଳ ନିଶ୍ଚୟ ଆଶ୍ଚର୍ଯ୍ୟଜନକ ହେବ ।
🌻ନା Boyfriend ନା Girlfriend ଜୀବନରେ କାହାରି ଆବଶ୍ୟକତା ନାହିଁ,
” କିନ୍ତୁ ” ଜୀବନରେ ଜଣେ Best friend ର ଆବଶ୍ୟକତା ନିଶ୍ଚୟ ଅଛି ।
🌺ଅନ୍ୟକୁ ଦୋଷ ଦେବା ଆଗରୁ ନିଜକୁ ପରୀକ୍ଷା କରିବା ଦରକାର । ସମସ୍ତଙ୍କୁ ନିଜ ସହିତ ତୁଳନା କରିବା ଉଚିତ୍ ।
🌺ଅନ୍ୟର ଯିଏ ମଙ୍ଗଳ କରେ ତାର ମଙ୍ଗଳ ଅନ୍ୟ କେହି କରେ ।
🌺ଅନ୍ୟାୟ ଓ ପାପ ପଥରେ ଅର୍ଜ୍ଜନ କରାଯାଇଥିବା ଧନ କିଛି ବର୍ଷଯାଏଁ ତିଷ୍ଠି ରହିପାରେ । ଏହା ପରେ ତାହା ଆପେ ଆପେ ଧ୍ୱଂସ ହୋଇଯାଏ । ଏଣୁ ପାପ ଧନ ଠାରୁ ଦୂରେଇ ରହିବା ଆବଶ୍ୟକ ।
🌺ଅପବିତ୍ର, ଅଳିଆ ଯୁକ୍ତ ସ୍ଥାନରେ ପଡିଥିଲେ ବି ସୁନାକୁ ଗ୍ରହଣ କରିବା ଉଚିତ୍ । ଏଥିରେ ସଂକୋଚ କରିବାର କିଛି କାରଣ ନାହିଁ । ପଙ୍କରୁ ତ ପୁଣି ପଦ୍ମ ବିକଶିତ ହୁଏ
🌺ପାଦରେ ଆଘାତ ଲାଗିଲେ ମଣିଷ ଯେମିତି ଚାଲିବା ଶିଖିଯାଏ,ଠିକ ସେହିପରି ହୃଦୟରେ ଆଘାତ ଲାଗିଲେ ମଣିଷ ଏକୁଟିଆ ବଞ୍ଚିବା ଓ ମଣିଷ ଚିହ୍ନିବା ଶିଖିଯାଏ ।
ଜୟ ଶ୍ରୀ ରାମ,ଓଁ ଶନିଶ୍ଚରାୟ ନମଃ ଶୁଭ ସକାଳ,ଆଜି ଶନିବାର ପ୍ରଭୁ ଶନି ଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଶନିଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା।

Leave A Reply

Your email address will not be published.