ବାରଙ୍ଗ,୨୧।୩(ଏସଏସନିଉଜ)ଗୋଡ଼ିସାହି ଫାଣ୍ଡି ଅଧିନସ୍ଥ ଗୋବିନ୍ଦପୁର ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ହାଇୱା ସହ ଟ୍ରକଟିର ମୁହାଁମୁହିଁ ଧକ୍କା ହୋଇଥିବାରୁ ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
ପ୍ରକାଶଯେ,ଶୁକ୍ରବାର ବିଳମ୍ବିତ ରାତିରେ ଗୋଡ଼ିସାହି ପଟୁ ଗୋବିନ୍ଦପୁର ଅଭିମୁଖେ ଆସୁଥିବା ଓଆର ୧୯ ଇ ୮୭୧୧ ନମ୍ୱର ଟ୍ରକ ସହ ବିପରୀତ ଦିଗରୁ ଆସୁଥିବା ଓଡ଼ି୩୩ ଏଡବ୍ଲୁ ୪୨୭୧ ନମ୍ୱର ଚିପ୍ସ ବୋଝେଇ ହାଇୱାର ଗୋବିନ୍ଦପୁର ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ଉଭୟ ଗାଡ଼ିର ଚାଳକ ଗୁରୁତର ହୋଇଛନ୍ତି।ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛି। ଗୋଡ଼ିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
Prev Post
Next Post
