ଯାତ୍ରା ବେଳେ ଚାଲିଥିଲା ଜୁଆ ଆଡ୍ଡା

ପୋଲିସ କଲା ଚଢାଉ, ୩ ଗିରଫ

ବାରଙ୍ଗ,୨୧।୩ (ଏସଏସନିଉଜ) ଦାଢାପାଟଣା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ବାରଙ୍ଗ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ କିଛି ଜୁଆଡିଆ ଖସି ଯାଇଥିବା ବେଳେ ତିନି ଜଣ ଯୁଆଡିକୁ ଗିରଫ କରି ପୋଲିସ ଶନିବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ହେଲେ ରାହୁଲ ପରିଡ଼ା , ଚନ୍ଦନ ପାତ୍ର ଓ ବିନୋଦ ସେଠୀ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ ,ବାରଙ୍ଗ ଥାନା ଅଧୀନରେ ରେ ଥିବା ଦାଢ଼ାପାଟଣା ଗ୍ରାମରେ ଶୁକ୍ରବାର ରାତିରେ ଅପେରା ଚାଲୁଥିବା ବେଳେ ସମସ୍ତେ ବ୍ୟସ୍ତ ଥିବା ବେଳେ ଏହାର ସୁଯୋଗ ନେଇ ଜୁଆ ଖେଳ ହେଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ଵାଳ ଏକ ଟିମ୍ ନେଇ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ ।ଅନ୍ଧାରର ସୁଯୋଗ ନେଇ କିଛି ଯୁଆଡିଆ ଖସି ପାଲେଇଥିବା ବେଳେ ଜୁଆ ଖେଳ କରିଥିବା ୩ ଜଣକୁ ବ୍ୟକ୍ତି କୁ ଗିରଫ କରିଛି। ସେମାନଙ୍କ ଠାରୁ ଜୁଆ ସାମଗ୍ରୀ ସହିତ ୧୬ ହଜାର ୨ସହ ଟଙ୍କା ଜବତ କରିବା ସହିତ ଜୁଆ ଖେଳ କରୁଥିବା ରାହୁଲ ପରିଡ଼ା ,ଚନ୍ଦନ ପାତ୍ର ଓ ବିନୋଦ ସେଠୀକୁ ଗିରଫ କରି ଶନିବାର ପୋଲିସ କୋର୍ଟଚାଲାଣ କରିଛି।

- Advertisement -

Leave A Reply

Your email address will not be published.