ହୋର୍ଡିଂ ଷ୍ଟାଣ୍ଡ ଲଗାଇବା ହେଲା କାଳ

୫୦ ଫୁଟରୁ ତଳକୁ ଖସିପଡ଼ି ଯୁବକ ମୃତ

0 332

ବାରଙ୍ଗ,୧୦/୧୨(ଏସ ଏସ ନିଉଜ)ବାରଙ୍ଗ ଥାନା ଅଧୀନସ୍ଥ ଆନନ୍ଦ ବଜାର ନିକଟରେ ଏକ ନୂତନ ଭାବେ ନିର୍ମାଣ ଚାଲିଥିବା ହୋର୍ଡିଂରୁ ଖସି ପଡ଼ି ଜଣେ ଶ୍ରମିକ ମୃତ।ମୃତ ଶ୍ରମିକ ଜଣକ ହେଉଛନ୍ତି ଅସ୍ତରଙ୍ଗର ମଣ୍ଟୁଆ ପଢ଼ିଆରୀ।ସୂଚନା ମୁତାବକ ଆନନ୍ଦ ବଜାର ନିକଟରେ ନୂତନ ଭାବେ ନିର୍ମାଣ ହେଉଥିବା ଏକ ହୋର୍ଡିଂ ଷ୍ଟାଣ୍ଡରେ ଯୁବକ ଜଣକ କାର୍ଯ୍ୟ କରୁଥିଲେ।କାମ ନେଇଥିବା ଠିକାଦାର କୌଣସି ସୁରକ୍ଷା ସରଞ୍ଜାମ ବିନା ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିଲେ।ତେବେ ଶୁକ୍ରବାର ସକାଳ ପ୍ରାୟ ୮ ଟା ସମୟରେ ହୋର୍ଡିଂ ଉପରେ ଚଢ଼ି ଲୁହା ଏଙ୍ଗେଲକୁ ଅନ୍ୟ ଏକ ଲୁହା ସହ ଯୋଡୁଥିବ ସମୟରେ ଅସାବଧାନତା ଯୋଗୁଁ ପ୍ରାୟ ୫୦ ଫୁଟ ଉପରୁ ତଳକୁ ଖସି ପଡ଼ିଥିଲେ।ଫଳରେ ଘଟଣସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।ଏହି ଘଟଣା ପରେ କାର୍ଯ୍ୟ କରୁଥିବା ଠିକାଦାର ଫେରାର ହୋଇଯାଇଛନ୍ତି।ଖବର ପାଇ ଦୀର୍ଘ ସମୟ ପରେ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କେସ ନଂ ୧୪/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି।ସେପଟେ ଖବର ଲେଖା ହେବା ବେଳକୁ ପରିବାର ଲୋକେ ପହଞ୍ଚିନଥିବା ଜଣା ପଡ଼ିଛି।ତେବେ ବାରଙ୍ଗ ଅଞ୍ଚଳରେ ଏହିଭଳି ଅନେକ ବେଆଇନ ହୋର୍ଡ଼ିଂ ନିର୍ମାଣ କରାଯାଇ ବ୍ୟାନର ଲଗାଯାଉଛି।ଯେଉଁଥିପାଇଁ ସରକାରଙ୍କ ରାଜସ୍ବ ହାନି ହେଉଥିବା ବେଳେ ବ୍ଲକ୍ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି।ବ୍ଲକ୍ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ସରକାରୀ ସ୍ଥାନରେ ବେଆଇନ ହୋର୍ଡିଂ ଷ୍ଟାଣ୍ଡ ନିର୍ମାଣ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.