ଇଚ୍ଛା ମୃତ୍ୟୁ ମାଗିଥିଲେ ଦୁଷ୍ମନ୍ତ

0 200

ଭୁବନେଶ୍ବର,୮/୯(ଏସଏସନିୟୁଜ)ବୁଧବାର ବିଧାନସଭା ସମ୍ମୁଖରେ ନିଜର ହାତ କାଟିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଗତସିଂହପୁର କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ବୁଧବାର ସାଢ଼େ ୧୧ଟା ପାଖାପାଖି ବିଧାନସଭା ମୁଖ୍ୟ ଫାଟକ ସମ୍ମୁଖରେ ପହଁଚିଥିଲେ ଦୁଷ୍ମନ୍ତ ।ସେଠାରେ ହଠାତ୍ ହାତ କାଟି ଦେଇରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ଚିତ୍କାର କରିବା ପରେ ପୁଲିସ କର୍ମଚାରୀମାନେ ତାଙ୍କପାଖରେ ପହଁଚିଥିଲେ । ପୁଲିସ ଅଧିକାରୀମାନେ ସଙ୍ଗେସଙ୍ଗେ ଚିକିସ୍‌ାପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ ।ସେଠାରେ ସେ ବିଷପାନ ମଧ୍ୟ କରିଥିବାର ଡାକ୍ତରଙ୍କୁ ଜଣାଇଥିଲେ ।ଏହାପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ସନ୍ଧ୍ୟାରେ ଆଖି ବୁଜି ଦେଇଥିଲେ। ଏକ ସଡ଼କ ଦୁର୍ଘଟଣାରେ ବାମ ଗୋଡ଼ କ୍ଷତିଗ୍ରସ୍ତ ହେବାରୁ ଚିକିସ୍‌ାପାଇଁ କଟକ ବଡ଼ ମେଡିକାଲକୁ ଯାଇଥିଲେ ।ଚିକିତ୍ସା ସମୟରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ପରିବର୍ତେ ଅସହ୍ୟ ଯନ୍ତ୍ରଣା ସହ ମାନସିକ ନିର‌୍ୟାତନା ଦିଆଯାଇଥିଲା ବୋଲି ଅଭିଯୋଗ କରିଥିଲେ ।ଏବେ ପରିବାର ଚଳାଇବା କଷ୍ଟସାଧ୍ୟ ହେବାରୁ ଇଛା ମୃତ୍ୟୁ ପାଇଁ ପ୍ରଶାସନକୁ ଚିଠି ଲେଖିଥିଲେ। ତେବେ କୌଣସି ସହଯୋଗ ନମିଳିବାରୁ ବାଧ୍ୟ ହୋଇ ଏଭଳି ଚରମ ପଦକ୍ଷେପ ଗ୍ରହଣ କଲେ ବୋଲି ସେ ଗଣମାଧ୍ୟମକୁ କହିଥିଲେ ।

Leave A Reply

Your email address will not be published.