ଆଇସିୟୁରେ ଭର୍ତ୍ତି ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

0 207

ଭୁବନେଶ୍ୱର,୭/୪(ଏସ୍‌ଏସ୍‌ନିୟୁଜ) ଭୁବନେଶ୍ବରର ୬୮ ସ୍ଥାନରେ ବିକ୍ରି ହେବ ପନିପରିବା, କୌଣସି ସ୍ଥାନରେ ଏକତ୍ର ବସି ପାରିବେନି ପରିବା ବେପାରି, ୟୁନିଟ-୧, ୟୁନିଟ-୨, ରୁଚିକା ଓ ଡମଣା ମାର୍କେଟକୁ ଭାଙ୍ଗିି ଦେଇଛି ବିଏମସି ସାମଗ୍ରୀ କିଣିବା ବେଳେ ସମଦୂରତ୍ବକୁ ଗୁରୁତ୍ବ
ଗଂଜାମ ଜିଲ୍ଲା ଚିକିଟି ବ୍ଲକ ଲାଲମେଂଟା ଗାଁକୁ ସିଲ୍ କଲା ପ୍ରଶାସନ । ପୂରା ଅଂଚଳ ସଂକ୍ରମିତ ଜୋନ୍ ଘୋଷିତ, ପ୍ରାରମ୍ଭିକ ସ୍କ୍ରିନିଂରୁ ସୂଚନା ।
ଆଇସିୟୁରେ ଭର୍ତ୍ତି ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା । ମାର୍ଚ୍ଚ ୨୭ରୁ କରୋନା ଭୂତାଣୁ ସଂକ୍ରମଣରେ ଶିକାର ହୋଇଛନ୍ତି । ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି
ବଲାଙ୍ଗିର: ଟାଉନ ଥାନା ତାଲପାଲିପଡ଼ାର ଏକ ପୋଖରୀ ଭିତରୁ ଶିଶୁକନ୍ୟାର କ୍ଷତାକ୍ତ ମୃତଦେହ ଉଦ୍ଧାର; ଘରୋଇ କଳିରୁ ସ୍ତ୍ରୀ ଶିଶୁକୁ ମାରିଦେଇଥିବା ସ୍ୱାମୀର ଅଭିଯୋଗ, ମୃତ ଶିଶୁର ମାଆକୁ ଅଟକ ରଖି ପୁଲିସର ପଚରାଉଚରା
କରୋନା ମୁକାବିଲା ପାଇଁ ସରକାରଙ୍କ ନୂଆ ହେଲପଲାଇନ ନମ୍ବର ଜାରି: ୧୪୪୧୦କୁ କଲ୍ କରି ସେବା ପାଇ ପାରିବେ ଲୋକେ
ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୭୪ ହଜାର ୬୮୬, କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୪୬ ହଜାର ୩୮୧, ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨ ଲକ୍ଷ ୭୮ ହଜାର ୫୩୪ ଆକ୍ରାନ୍ତ, ଇଟାଲୀରେ ସର୍ବାଧିକ ୧୬ ହଜାର ୫୨୩ ଜଣଙ୍କ ମୃତ୍ୟୁ, ସ୍ପେନ୍ରେ ୧୩ ହଜାର ୩୪୧, ଟଝଇରେ ୧୦,୮୭୧, ଫ୍ରାନ୍ସ ୮,୯୧୧, ଇରାନ୍ ୩,୭୩୯, ଚୀନ୍ରେ ୩,୩୩୧ ମୃତ
ଦେଶରେ ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୪ ହଜାର ୨୮୧କୁ ବୃଦ୍ଧି, ୪,୨୮୧ ରୋଗୀଙ୍କ ମଧ୍ୟରୁ ୧,୪୪୫ ଜଣ ତବଲିଗୀ ଜମାତ ସହ ସଂପୃକ୍ତ, ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧୧୧କୁ ବୃଦ୍ଧି, ୩ ହଜାର ୮୫୧ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ

Leave A Reply

Your email address will not be published.