ଇମ୍ରାନଙ୍କ ପରେ ପତ୍ନୀ ବୁସରା ବିବି କରୋନାରେ ଆକ୍ରାନ୍ତ

ସକାଳର ଖବର ,ତାରିଖ ୨୨/୦୩/୨୦୨୧,ସୋମବାର

0 311

➡️୧-ଆଜି ଅନ୍ତର୍ଜାତୀୟ ଜଳ ଦିବସ : ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ‘କ୍ୟାଚ୍‍ ଦ ରେନ୍‍’ ବା ବର୍ଷାଜଳ ସଂରକ୍ଷଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
➡️୨-ଏଣିକି ଦ୍ୱିତୀୟ ଡୋଜ୍ କରୋନା ଭାକ୍ସିନ ନେବାର ୨୮ ଦିନ ପର୍ଯ୍ୟନ୍ତ କରିପାରିବେନି ରକ୍ତଦାନ, ଜାରି ହେଲା ନିର୍ଦ୍ଦେଶ। ଅର୍ଥାତ କେହି କରୋନା ଟିକା ନେଇଥିଲେ ୫୬ ଦିନ ମଧ୍ୟରେ ରକ୍ତଦାନ କରିପାରିବେ ନହିଁ।
➡️୩-ଆଜି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ତା ସହିତ କୋଣାର୍କ ମଧ୍ୟ ବୁଲିବେ , ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି : ଯାତ୍ରୀନିବାସ ରେ କରିବେ ସମ୍ପୂର୍ଣ୍ଣ ଓଡ଼ିଆ ଭୋଜନ ।
➡️୪-ମିସେସ ଫେମିନା କଣ୍ଟେଷ୍ଟର ଟପ୍-୨୦ରେ ଓଡିଆଣୀ ଇପ୍ସିତା ପ୍ରିୟଦର୍ଶିନୀ, ଟପ୍-୧୦ ପାଇଁ ଲୋଡିଲେ ଓଡିଶାବାସୀଙ୍କ ଆଶୀର୍ବାଦ ।
➡️୫-ଆରମ୍ଭ ହେଲା ‘ମୋ କଲେଜ୍ ଅଭିଯାନ’, ପ୍ରତି କଲେଜ୍‌କୁ ୫୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର । ସାମିଲ୍ ହେଲେ ୭୫୫ ଶିକ୍ଷାନୁଷ୍ଠାନ ।
➡️୬-ପୃଥିବୀ ନିକଟ ଦେଇ ଅତିକ୍ରମ କଲା ବିରାଟ ଗ୍ରହାଣୁ ,୨୦୦୧ ଏଫ୍‌ଓ୩୨’ ଭାବେ ନାମିତ ଏହି ଗ୍ରହାଣୁ ୧୨୪,୦୦୦ କିମି ବେଗରେ ପୃଥିବୀକୁ ଅତିକ୍ରମ କରିଛି। ତେବେ ଏହି ଗ୍ରହାଣୁ ଅତିକ୍ରମ ନେଇ ପୃଥିବୀକୁ କୌଣସି ବିପଦ ନଥିବା ଆମେରିକା ମହାକାଶ ଗବେଷଣା କେନ୍ଦ୍ର ନାସା ପୂର୍ବରୁ କହିଥିଲା ।
➡️୭-ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟିତ ହେଲା ରାଉରକେଲା ଇସ୍ପାତ କାରଖାନାର ଅତ୍ୟାଧୁନିକ ହସ୍‌ପିଟାଲ ।
➡️୮-ବଢୁଛି ତାତି, ଭୁବନେଶ୍ବର ଓ ବାରିପଦାରେ ପାରଦ ୪୦ ଡିଗ୍ରୀ ।
➡️୯-କୋହିନୁର ଓ ରାଧାରମଣ ପଞ୍ଜିକାକୁ ପଣ୍ଡିତସଭାର ସ୍ବୀକୃତି,ପୂରୀ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁକ୍ତିମଣ୍ଡପ ପଣ୍ଡିତସଭା କହିଛନ୍ତି ।
➡️୧୦-ପୂର୍ବ ଶତ୍ରୁତାକୁ ନେଇ ଖୋର୍ଦ୍ଧା ଡମଣଭୂମି ଗାଁରେ ଫୁଟିଲା ବୋମା, ଚାଲିଲା ଗୁଳି । ଦୁଇ ଗୋଷ୍ଠୀ ମୁହାଁମୁହ. ୫ରୁ ଅଧିକ ଆହତ ।
➡️୧୧-ରାଜସ୍ଥାନରେ ବଢଥିବା କରୋନା ସଂକ୍ରମଣ ଯୋଗୁଁ ଆଜିଠାରୁ ରାଜସ୍ଥାନର ୮ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁହେବ ।
➡️୧୨-ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ : ଗୋଟିଏ ଦିନରେ ୩୦୫୩୫ କୋଭିଡ୍ ସଂକ୍ରମିତ ଚିହ୍ନଟ, ୯୯ ମୃତ, କର୍ଣ୍ଣାଟକରେ ଦ୍ବିତୀୟ ଲହର ।
➡️୧୩-ଇମ୍ରାନଙ୍କ ପରେ ପତ୍ନୀ ବୁସରା ବିବି ମଧ୍ୟ ହୋଇଛନ୍ତି କରୋନାରେ ଆକ୍ରାନ୍ତ, ଆଶୁ ଆରୋଗ୍ୟ କାମନା କଲେ ମୋଦି ।
➡️୧୪-ପଶ୍ଚିମବଙ୍ଗ ପାଇଁ ସଂକଳ୍ପ ପତ୍ର ଜାରି କଲା ବିଜେପି: ପ୍ରତ୍ୟେକ ବର୍ଷ କୃଷକଙ୍କୁ ମିଳିବ ୧୦ ହଜାର ଟଙ୍କା ।
➡️୧୫-ଆଶିଷ ପାଣ୍ଡେ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ନିର୍ବାଚିତ ।
➡️୧୬-ପଶ୍ଚିମବଙ୍ଗରେ ବିଜେପି ଖେଳିଲା ମହିଳା କାର୍ଡ । ନିର୍ବାଚନୀ ଇସ୍ତାହାରରେ ୟୁଜିରୁ ପିଜି ପର୍ଯ୍ୟନ୍ତ ମହିଳାଙ୍କୁ ମାଗଣା ଶିକ୍ଷା । ସାଧାରଣ ପରିବହନ ସେବାରେ ମାଗଣା ଯାତ୍ରା ।
➡️୧୭-ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ବିଜୟଭାନୁ ରେଡ ଓ ସୂର୍ଯ୍ୟଶିଖା କ୍ଳବ ବିଜୟୀ ।
➡️୧୮-ଆସନ୍ତା ୨୪ ତାରିଖରୁ ଛତ୍ରପୁର ରେ ହେବ ବିଜୁ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା ।
➡️୧୯-ରୋଡସେଫ୍ଟି ୱାର୍ଲ୍ଡ ସିରିଜ ଫାଇନାଲ । ଚାମ୍ପିୟନ ହେଲା ଇଣ୍ଡିଆ ଲିଜେଣ୍ଡ । ଶ୍ରୀଲଙ୍କା ଲିଜେଣ୍ଡକୁ ୧୪ ରନରେ ପରାସ୍ତ କରିଛି ଇଣ୍ଡିଆ ଲିଜେଣ୍ଡ ।
➡️୨୦-ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସିରିଜ୍‌ରୁ ଟିମ୍ ଇଣ୍ଡିଆକୁ ମିଳିଲା ୫ ନୂଆ ଷ୍ଟାର ଖେଳାଳି (୧ – ଟି ନଟରାଜନ,୨ – ମହମ୍ମଦ ସିରାଜ,୩ – ଅକ୍ଷର ପଟେଲ୍,୪ – ଇଶାନ କିଷନ,୫ – ସୂର‌୍ୟ୍ୟକୁମାର ଯାଦବ), ୨ ଆଇସିସି ଟୁର୍ଣ୍ଣାମେଣ୍ଟରେ ରହିବେ ଗୁରୁତ୍ଵପୂର୍ଣ୍ଣ ।
➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.