ଆଜିର ଅନୁଚିନ୍ତା

ତାରିଖ - ୨୨:୦୩:୨୦୨୧ (ସୋମବାର )

0 291

➡️ବଡ ବଡ ଗ୍ରନ୍ଥ ପଢି ଦେଲେ କି ୧୦୮ ମାଳା ଜପ କରିଦେଲେ ଶାନ୍ତି ମିଳେ ନାହିଁ, ପ୍ରକୃତ ଶାନ୍ତି ଉତ୍ତମ କର୍ମ ଆଉ ସ୍ବଚ୍ଛ ବିଚାରରୁ ମିଳେ ।
➡️ଆତ୍ମା କାନ୍ଦୁଥିଲେ ମଧ୍ୟ ସବୁ କଷ୍ଟ ସହି ଯିଏ ହୃଦୟରୁ କ୍ଷମା କରି ଆଶୀର୍ବାଦ ଦିଏ ସେ ହେଉଛି “ମାଆ”
➡️ବାରମ୍ବାର ଅସଫଳ ହୁଅନ୍ତୁ କିଛି କଥା ନାହିଁ, ଖାଲି ଯଥେଷ୍ଟ ପରିଶ୍ରମ ଆଉ ସକାରାତ୍ମକ ଚିନ୍ତା ଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ ।
➡️ସ୍ବାର୍ଥ ଚେଷ୍ଟା କରୁଥିବା ଲୋକ ଏବଂ କଳି ଲଗାଉଥିବା ଲୋକ ଜୀବନରେ କେବେ ସୁଖ ଶାନ୍ତିରେ ରହି ପାରନ୍ତି ନାହିଁ ।
➡️Medicine ଚିହ୍ନିବାରେ ଭୁଲ୍ ହେଇଗଲେ Life ଚାଲିଯାଏ ଆଉ ମଣିଷ ଚିହ୍ନିବାରେ ଭୁଲ୍ ହେଇଗଲେ Life ବର୍ବାଦ ହେଇଯାଏ ।
➡️ସାଧୁ, ଜ୍ଞାନୀ, ବିଦ୍ୱାନମାନେ ନିଜର ସୀମାଲଂଘନ କରନ୍ତି ନାହିଁ । ସର୍ବଦା ନିଜର ମର୍ଯ୍ୟାଦା ବଜାୟ ରଖନ୍ତି । ଏହାର ବ୍ୟତିକ୍ରମ ହେଲେ ଉପହସିତ ହୋଇଥାନ୍ତି !
➡️ସାପ କେବଳ ଥରେ ଦଂଶନ କରିଥାଏ ଯେତେବେଳେ ସେ ସୁଯୋଗ ପାଇଯାଏ । ଦୁଷ୍ଟ ବ୍ୟକ୍ତି ସର୍ବଦା ଦଂଶନ କରି ଚାଲିଥାଏ । ଯିଏ ଖରାପ ଲୋକ, ଖରାପ ପରିବେଶରେ ବଢିଥାଏ ସେ କେବଳ ଅନ୍ୟର ଖରାପହିଁ କରିଥାଏ । ସାପଠାରୁ ଦୁଷ୍ଟ ପ୍ରକୃତିର ଲୋକ ଅଧିକ ବିପଦଜନକ !
➡️ସ୍ୱର୍ଗମର୍ତ୍ୟ ବୋଲି କିଛି ନାହିଁ । ଏଇଠି ସ୍ୱର୍ଗ ଏଇଠି ନର୍କ । ଭଲ କାମ କଲେ ସ୍ୱର୍ଗ ସୁଖ ମିଳେ । ମନ୍ଦ କର୍ମ ପାଇଁ ନର୍କ ଯନ୍ତ୍ରଣା ରହିଥାଏ ।ସୂର୍ଯ୍ୟ କିରଣରେ ଦୀପ ଜଳାଇବାର ଅର୍ଥ କିଛି ହୁଏ ନାହିଁ । ଦୀପ କେବେ ସୂର୍ଯ୍ୟକୁ ସ୍ତୀମିତ କରିପାରେ ନାହିଁ !
➡️ସାଗର ସବୁଠାରୁ ମହାନ୍ । କିନ୍ତୁ ସେ ଅଶାନ୍ତ ହେଲେ ତା ବକ୍ଷରେ ଝଡ ଉଠିଲେ ସେ ନିଜର ସୀମାଲଂଘନ କରି ସବୁକିଛି ନଷ୍ଟଭ୍ରଷ୍ଟ କରିଦେଇପାରେ !
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ !

Leave A Reply

Your email address will not be published.