ଓଡିଶା ପୋଲିସର ସ୍ୱତନ୍ତ୍ର ଅଭିଯାନ,ଉଦ୍ଧାର ହେଲେ ୪୦୪ଶିଶୁ

0 352

ଭୁବନେଶ୍ୱର,,୯/୩(ଏସ ଏସ ନିୟୁଜ)ନିଖୋଜ ଶିଶୁମାନଙ୍କୁ ଉଦ୍ଧାର ଓ ସନ୍ଧାନ କରିବା ଅଭିଯାନ ଓଡିଶା ପୋଲିସ ଆରମ୍ଭ କରିଛି ।ଦ୍ୱିତୀୟ ଥର ପାଇଁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଅଭିଯାନରେ ଚଳିତ ବର୍ଷ ୪୦୪ଜଣ ଶିଶୁଙ୍କୁ ଉଦ୍ଧାର ହୋଇଥିବା ନେଇ ଡିଜିପି ଅଭୟ ସୂଚନା ଦେଇଛନ୍ତି।ଏମାନଙ୍କ ମଧ୍ୟରେ ୩୨୨ଜଣ ବାଳିକା ହୋଇଥିବାବେଳେ ୮୨ଜଣ ବାଳକ ଅଛନ୍ତି।ଏମାନଙ୍କ ମଧ୍ୟରୁ ୩୮୮ଜଣ ବିଭିର୍ଣ ଥାନାରେ ପଞ୍ଜିକୃତ ହୋଇଥିବା ମକଦମା ସମ୍ବଧିୟ ସେମାନଙ୍କୁ ଉଦ୍ଧାର କରଯାଇ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି।ଏହି ସ୍ଵତନ୍ତ୍ର ଅଭିଯାନକୁ କିଛି ଆରକ୍ଷୀ ଅଧିକ୍ଷକ ଅଧିକ ସଫଳତାର ସହ କାର୍ଯ୍ୟକାରି କରାଇଛନ୍ତି।କେନ୍ଦ୍ରାପଡାରେ ସର୍ବାଧିକ ୪୪ଜଣ ଶିଶୁ ଉଦ୍ଧାର ହୋଇଥିବାବେଳେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରେ ୩୧ ଓ ୩୮ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.