କିଏ ଜାଣିଥିଲା ଏମିତି ହେବ

ବାହାଘର ସାରି ଆସିବାବେଳେ ଚାଲିଗଲା ୧୨ଜୀବନ

ଭୁବନେଶ୍ୱର,୨୬।୬(ଏସଏସ ନିଉଜ)ବାହାଘର ହୋଇଥିଲା। ଏଇ ଝିଅଟି ହାତଗଣ୍ଠି ଫିଟାଇଥିଲା।ହେଲେ କିଏ ଜାଣିଥିଲା କିଛି ସମୟ ପରେ ଏମିତି ବସ୍ ଦୁର୍ଘଟଣାରେ ଚାଲିଯିବ ଜୀବନ।ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ସରକାରୀବସ୍‌ ସହ କନ୍ୟା ଯାତ୍ରୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ

ହୋଇଥିବାବେଳେ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।ଦୁର୍ଘଟଣାରେ । ଗୁରୁତର ଆହତଙ୍କୁ ଉଦ୍ଧାର ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଡାରୀରୁ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଯାଉଥିଲା ସରକାରୀ ବସ । ସେହିପରି ବ୍ରହ୍ମପୁରରେ କନ୍ୟା ଯାତ୍ରୀଙ୍କୁ ଛାଡ଼ି ଘରୋଇ ବସ୍‌ ଖଣ୍ଡ ଦେଉଳି ଯାଉଥିଲା।ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ପ୍ରଧାନମନ୍ତ୍ରୀ ମୃତକଙ୍କ ସଂପର୍କୀୟଙ୍କୁ ୨ ଲକ୍ଷ, ପ୍ରତି ଆହତଙ୍କୁ ୫୦ହଜାର ଟଙ୍କା ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ପକ୍ଷରୁ ସହାୟତା ଦେବାକୁ ଘୋଷଣା କରିଛନ୍ତି ।ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି ।

- Advertisement -

Leave A Reply

Your email address will not be published.