ପଣ୍ଡ ହେଲା ଡକାୟତି ଉଦ୍ୟମ

0 101

ମେଣ୍ଢାଶାଳ,୨୫|୬ (ଏସଏସନିଉଜ ) ଗତ ଶୁକ୍ରବାର ଭୋର ୪ ଘଟିକା ସମୟରେ ରାଜଧାନୀ ଉପକଣ୍ଠ ଯାଁଳା ପଞ୍ଚାୟତର ୧୬ ନମ୍ବର ଜାତୀୟ ରାଜପଥ କଡ ତଥା ମା ବାଟଭୁଆସୁଣୀ ମନ୍ଦିର ନିକଟ ଓଗାଳପଡା ଗ୍ରାମ ମା ଚଣ୍ଡି ଠାକୁରାଣୀ ମନ୍ଦିର ପାଖରେ ଜାଗା କିଣି ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଏକ ବଡଧରଣର ଡକାୟତି ଯୋଜନା ବିଫଳ ହୋଇଛି। ବାପ ପୁଅଙ୍କ ସାହାସିକତାରୁ ଜଣେ ଡକାୟତ ଧରାପଡ଼ି ପୋଲିସ ହେପାଜତରେ ରହିଛି। ସୂଚନା ମୁତାବକ ଇମ୍ଫୋଭ୍ୟାଲି ଯାଁଳା ଥାନା ଅନ୍ତର୍ଗତ ଓଗାଳପଡ଼ା ଗ୍ରାମର ଚଣ୍ଡି ମନ୍ଦିର ନିକଟରେ ରଘୁନ୍ନାଥ ନାୟକଙ୍କ ନିଜ ପରିବାର ସହିତ ରହୁଥିଲେ। ଶୁକ୍ରବାର ଭୋରରୁ ୪ ସମୟରେ ରଘୁନାଥ ଓ ତାଙ୍କ ପତ୍ନୀ ଉଠିଥିଲେ। ଏହି ସମୟରେ ପତ୍ନୀ ଘରର ମୁଖ୍ୟ କବାଟର ତାଲା ଖୋଲି ଝାଡୁ ମାରୁଥିଲେ ଏବଂ ସ୍ବାମୀ ପାଇଖାନା ଯାଇଥିଲେ। ଏହି ସମୟରେ ତିନି ଜଣ ଯୁବକ କଳା ରଙ୍ଗର ପୋଷାକ ସହିତ ମୁହଁରେ ମୁଖା ପିନ୍ଧି ହାତରେ ମାରଣାସ୍ତ୍ର ଧରି ଘର ଭିତରକୁ ପ୍ରବେଶ କରି ପ୍ରଥମେ ରଘୁନ୍ନାଥଙ୍କ ପତ୍ନୀଙ୍କ ମୁହଁରେ ହାତ ଚାପି କାବୁ କରି ନେଇଥିଲେ। କିନ୍ତୁ ସେ ଭିଡା ଓଟରା କରି ବହୁ ଜୋରରେ ଚିତ୍କାର କରୁଥିଲ ଫଳରେ ଘଟଣାସ୍ଥଳରେ ସ୍ବାମୀ ରଘୁନ୍ନାଥ ପହଞ୍ଚି ଗଲେ ସଙ୍ଗେ ସଙ୍ଗେ ଅନ୍ୟ ଏକ ଯୁବକ ଧରିଥିବା ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସେ ମଧ୍ୟ ଭୟ ନକରି ଅସ୍ତ୍ରଟିକୁ ଧରି ଜୋରରେ ଚିତ୍କାର କରିଥିଲେ । ଫଳରେ ତାଙ୍କର ଚାରୋଟି ଆଙ୍ଗୁଠି କଟି ଯାଇଥିଲା । ତାଙ୍କ ପାଟି ଶୁଣି ଘର ଭିତରୁ ଉଠି ତାଙ୍କ ପୁଅ ଚନ୍ଦନ ଆସି ପହଞ୍ଚିଲା ମାତ୍ରେ ଆଉ ଜଣେ ଡକାୟତ ତାକୁ ଆକ୍ରମଣ କରୁଥିବା ସମୟରେ ଚନ୍ଦନ ତାକୁ କାବୁ କରି ନେଇଥିଲା। ମା’ କୁ ଧରିଥିବା ଦୁବୃର୍ତ୍ତ ତାଙ୍କୁ ଛାଡି ପୁଅ ଉପରକୁ ଛୁରା ମାଡ଼ କରିଥିଲା କିନ୍ତୁ ସେ ଟିକିଏ ଘୁଞ୍ଚି ଯିବାରୁ ଅସ୍ତ୍ରଟି ଅନ୍ୟ ଏକ ଦୁବୃର୍ତ୍ତ ଦେହରେ ଆଘାତ ଲାଗି ପ୍ରବଳ ମାତ୍ରାରେ ରକ୍ତସ୍ରାବ ହୋଇଥିଲା । ଭୟରେ ତିନି ଜଣ ଦୁବୃର୍ତ୍ତ ସେଠାରୁ ଖସି ପଳାଇ ଯାଉଥିବା ବେଳେ ବାପ ପୁଅ ଜଣେ ଦୁବୃର୍ତ୍ତକୁ ମାଡି ବସିଥିଲେ । ସଙ୍ଗେ ସଙ୍ଗେ ଯାଁଳା ପୋଲିସକୁ ଖବର ଖରିଥିଲେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁବୃର୍ତ୍ତ ଜଣକୁ ନିଜ ହେପାଜତକୁ ନେଇଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.