ନନ୍ଦନକାନନରେ ପାର୍କିଂ ଅବ୍ୟବସ୍ଥା

ଛାଡିଦେଲା ଠିକାଦାର,ଚଳାଉଛି ନନ୍ଦନକାନନ

0 134

ବାରଙ୍ଗ,୨୭ା୬(ଏସଏସନିଉଜ)ପୁଣି ନନ୍ଦନକାନନରେ ଅବ୍ୟବସ୍ଥା ଦେଖାଦେଇଛି ।ପରିଚାଳନାଗତ ତୃଟି ଯୋଗୁ ନନ୍ଦନକାନନ ନିଜେ ଏବେ ପାର୍କିଂବ୍ୟବସ୍ତାକୁ ସମ୍ଭାଳିବାକୁ ଆରମ୍ଭ କରିଛି ।ଅଧିକ ଲାଭପାଇଁ ଟେଣ୍ଡରକୁ ଦେଇଥିବା ବହୁତଳପାର୍କିଂ ବ୍ୟବସ୍ଥାକୁ ନେଇଥିବା ଠିକାଦାର ଫେରାଇଦେବାପରେ ମଙ୍ଗଳବାରଠାରୁ ନନ୍ଦନକାନନ ନିଜ ଆୟତକୁ ନେଇ ନିଜେ ଚଳାଇବା ଆରମ୍ଭ କରିଛି ।ଘରୋଇକରଣରେ ଦିଆଯାଇଥିବା ବହୁତଳପାର୍କିଂ ବ୍ୟବସ୍ଥା ପୁଣିଥରେ ନନ୍ଦନକାନନ ହାତକୁ ଫେରିଆସିଛି । ବ୍ୟବସାୟିକ କ୍ଷତି ସହ ନନ୍ଦନକାନନ ପକ୍ଷରୁ ଅସହଯୋଗ କରାଯାଇଥିବାର ଦର୍ଶାଇ ନେଇଥିବା ଠିକାଦାର ମୁହଁ ଫେରାଇନେଇଛନ୍ତି ।ଯାହାଫଳରେ ନନ୍ଦନକାନନ ନିଜ ଦାୟିତ୍ୱରେ ମଙ୍ଗଳବାରଠାରୁ ଚଳାଇବା ଆରମ୍ଭ କରିଛି ।ତେବେ ପରିଚାଳନାଗତ ତୃଟି ଏହାର ମୁଖ୍ୟକାରଣ ବୋଲି ଚର୍ଚ୍ଚା ଯୋରଧରିଛି ।
ପ୍ରକାସ ଯେ, ଗ୍ଲୋବାଲକନଷ୍ଟ୍ରକସନପ୍ରାଇଭେଟଲିମିଟେଡ ନାମକ କମ୍ପାନୀ ଟେଣ୍ଡରମାଧ୍ୟମରେ ନନ୍ଦନକାନନର ବହୁତଳପାର୍କିଁ ବ୍ୟବସ୍ଥାକୁ ଚଳାଇବା ପାଇଁ ନେଇଥିଲେ । ବାର୍ଷିକ ୧କୋଟି୨୦ଲକ୍ଷଟଙ୍କା ପ୍ରଦାନ କରିବାନିମନ୍ତେ ନନ୍ଦନକାନନ ସହ ଚୁକ୍ତି କରି ୩ବର୍ଷ ପର୍ଯ୍ୟନ୍ତ ଚଲାଇବା ପାଇଁ ନେଇଥିଲେ ।ଏହାକୁ ୨୭ମେ୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କଦ୍ୱାରା ଏହାକୁ ଉଦଘାଟନ କରାଯାଇଥିଲା ।ନେଇଥିବା ଠିକାଦାର ବ୍ୟବସାୟିକ କ୍ଷତି ଓ ନନ୍ଦନକାନନ କର୍ତୁପକ୍ଷଙ୍କ ଅସହଯୋଗ ଦର୍ଶାଇ ଛାଡିଦେଇଛନ୍ତି ।ଫଳରେ ନନ୍ଦନକାନନ କର୍ତୁପକ୍ଷ ମଙ୍ଗଳବାରଠାରୁ ଏହାକୁ ନିଜେ ଚଳାଇବା ଆରମ୍ଭ କରିଛନ୍ତି ।ପରିଚାଳନାଗତ ତୃଟି ଏହାର ମୁଖ୍ୟକାରଣ ବୋଲି ଆଲୋଚନା ହେଉଛି ।ନନ୍ଦନକାନନ ପକ୍ଷରୁ ନୁଆକରି କରାଯାଇଥିବା ପ୍ରସ୍ଥାନଗେଟ ନଖୋଲିବା,ପାର୍କିଂସ୍ଥାନରେ ଗାଡିନରହି ରାସ୍ତାପାଶ୍ୱର୍ରେ ରହିବା,ନନ୍ଦନକାନନର ଦଖଲରେ ଥିବା ୫ନଂପ୍ଲଟରେ ଜଣେ ହୋଟେଲମାଲିକ ପାର୍କିଂକରି ପଇସାଆଦାୟକରିବା ଭଳି ଠିକାଦାର ପକ୍ଷରୁ ପର୍ଯ୍ୟାୟକ୍ରମେ କରାଯାଇଥିବା ଅଭିଯୋଗ ଉପରେ ନନ୍ଦନକାନନ କର୍ତୁପକ୍ଷ ଗୁରୁତ୍ୱ ନଦେବାରୁ ବ୍ୟବସାୟିକ କ୍ଷତି ହୋଇଥିଲା ବୋଲି ଠିକାଦାର ଜଣଙ୍କ ଲିଖିତଭାବେ ନନ୍ଦନକାନନ କର୍ତୁପକ୍ଷଙ୍କ ପାଖରେ ଅଭିଯୋଗ କରିଥିବାର ଜନାପଡିଛି ।ଏବେବିସୁଦ୍ଦା ଠିକାଦାର ପାର୍କିଂବାବଦକୁ ୧କୋଟିରୁ ଉର୍ଦ୍ଧଟଙ୍କା ନନ୍ଦନକାନନକୁ ପୈଠକରିବାକୁ ଥିବାର ଜଣାପଡିଛି । ଅନ୍ୟପଟେ ଏହାକୁ ପୁନଃ ଟେଣ୍ଡରକରିବାପାଇଁ ନନ୍ଦନକାନନ କର୍ତୁପକ୍ଷ ଉଦ୍ୟମ ଆରମ୍ଭ କରିଥିବାର ଜଣାପଡିଛି ।

Leave A Reply

Your email address will not be published.