ଜଗା-ବଳିଆଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ପୁରୀ , ୨୨/୮(ଏସଏସନିୟୁଜ) ଦେବୀ ସୁଭଦ୍ରା ଦୁଇ ଭାଇଙ୍କୁ ରାକ୍ଷୀ ପୂର୍ଣ୍ଣିମା ରେ ରାଖୀ ବାନ୍ଧିବେ। ପବିତ୍ର ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି ଓ ଗହ୍ମାପୂର୍ଣ୍ଣିମାର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଶ୍ରୀବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ୪ଟି ସୁନାପାଟ ଲାଗି ରାଖୀ ଲାଗି ହେବ। ମାର୍କଣ୍ଡ ପରିସରର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି ପାଳନ ହେବ। ପାଟରା ବିଶୋଇ ସେବାୟତଙ୍କ ଦ୍ୱାରା ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ତିଆରି ହୋଇଛି ୪ଟି ରଙ୍ଗର ରାକ୍ଷୀରେ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ପ୍ରସ୍ତୁତ ହୋଇଛି । ମଧ୍ୟାହ୍ନ ଧୂପ ପରେ ସିଂହାରି ସେବକମାନେ ମହାପ୍ରଭୁଙ୍କୁ ରାକ୍ଷୀ ଲାଗି କରିବେ । ହେଲେ କରୋନା କଟକଣା ଯୋଗୁଁ ମହାପ୍ରଭୁଙ୍କ ରକ୍ଷାବନ୍ଧନ ନୀତି ଦେଖି ପାରିବେ ନାହିଁ ଶ୍ରଦ୍ଧାଳୁ ।

- Advertisement -

Leave A Reply

Your email address will not be published.