ଗଜପତି କରିବେ ଛେରାପହଁରା

0 160

ପୁରୀ,୬/୭୯ଏସଏସନିୟୁଜ) ୧୦୮ ଗରା ପାଣିରେ ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ଗାଧୋଇବା ପରେ ଜ୍ୱରରେ ପଡିଥିଲେ । ଏହାପରେ ବିଗ୍ରହଙ୍କୁ ଅଣସର ଘର ରଖି ଉପଚାର ପରେ ଏବେ ସୁସ୍ଥ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରାଜନଅରକୁ ରାଜପ୍ରସାଦ ବିଜେ ହେବା ସହିତ ମହାପ୍ରଭୁ ସୁସ୍ଥ ହେବାର ସନ୍ଦେଶ ଦଇତାପତି ଦେଇଛନ୍ତି । ଆରପଟେ କୋଭିଡ୍ କଟକଣା ଭିତରେ ଧାରା ୧୪୪ ଲାଗୁ କରାଯାଇ ଚଳିତ ବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜିତ ହେବ । ରଥଯାତ୍ରାରେ ଗଜପତି ମାହାରାଜ ଦିବ୍ୟସିଂହ ଦେବ ଛେରାପହଁରା କରିବେ ବୋଲି ନିଜେ ସୂଚନା ଦେଇଛନ୍ତି ।ଏହାସହ ଗଜପତି ମହାରାଜ ଆଜି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ସ୍ୱାଗତ କରିଛନ୍ତି ।

Leave A Reply

Your email address will not be published.