ଏସ୍‌ସିବିରେ ଡାକ୍ତରଙ୍କୁ ଡେଙ୍ଗୁ

0 194

କଟକ,୬/୭୯ଏସଏସନିୟୁଜ)ରାଜଧାନୀ ଭୁବନେଶ୍ୱର ପରେ କଟକରେ ଡେଙ୍ଗୁର ଆକ୍ରାନ୍ତ ଆରମ୍ଭ ହେବାରଦେଖିବାକୁ ମିଳିଲାଣି । ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଡାକ୍ତର ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।ଏହାସହ ମାଲଗୋଦାମ ଅଞ୍ଚଳରୁ ଦୁଇ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଆଜି ସିଏମ୍‌ସି ପକ୍ଷରୁ ସହରରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।ଏହାସହ ସହରର ଜଗତପୁର ଶିଳ୍ପାଞ୍ଚଳ, ଯୋବ୍ରା ଟିଣପିଟାସାହି, ରାଉସାପାଟଣା, ଏସ୍‌ସିବି କ୍ୟାମ୍ପସ, ମଙ୍ଗଳାବାଗ ବେହେରା କଲୋନି, ଖପୁରିଆ ଶିଳ୍ପାଞ୍ଚଳ, ଶିଳ୍ପୀ କୁମ୍ଭାରସାହି ଆଦି୭ଟି ଅଞ୍ଚଳକୁ ଡେଙ୍ଗୁ ପ୍ରବଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।

Leave A Reply

Your email address will not be published.