ଜେଲ୍ ଗଲେ କୁବେର ଏଲଆଇ

0 264

ଭୁବନେଶ୍ୱର, ୭/୫(ଏସଏସନିୟୁଜ) ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାରାହଙ୍ଗ ଏଲଆଇ ଜଗନ୍ନାଥ ରାଉତଙ୍କୁ ଗିରଫ କରି ପିଏସ୍ କେସ୍ ନଂ-୩୧ରେ ଏକ ମକଦ୍ଦମା ରୁଜୁ କୋର୍ଟଚାଳଣ କରିଛି ।ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ଜଗନ୍ନାଥ ରାଉତଙ୍କର ଦରମା ମାସିକ ୪୦ ହଜାର ଟଙ୍କା । ୨୦୦୮ ମସିହାରେ ଏଲଆଇ ଚାକିରି ଆରମ୍ଭ । ତେବେ ସେଭଳି ନିଜର ପୈତୃକ ସମ୍ପତି ନଥିଲେ ମଧ୍ୟ ୧୪ ବର୍ଷର ଚାକିରି କାଳ ମଧ୍ୟରେ ସେ କୋଟିକୋଟି ଟଙ୍କା ମୂଲ୍ୟ ସମ୍ପତ୍ତିର ମାଲିକ ବନିଥିଲେ । ଭିଜିଲାନ୍ସର ଟିମ୍ ୯ଟି ସ୍ଥାନରେ ଚଢ଼ଉ କରି ୯୧ଟି ପ୍ଲଟ୍ ଠାବ କରିଥିଲା ।ଏବେ କିନ୍ତୁ ଏହା ବଢି ୯୬ରେ ପହଞ୍ଚିଛି। ତେବେ ଭୁବନେଶ୍ବରରେ ୮୬ ଓ କଟକରେ ୧୦ ରହିଛି । ସବୁ ପ୍ଲଟ୍‌ର ମୂଲ୍ୟ ପାଖାପାଖି ୪କୋଟି ହେବ ବୋଲି ଆକଳନ କରାଯାଇଛି।ଏହାସହ ରଘୁନାଥପୁର ଅଂଚଳରେ ୭ଟି ଫ୍ଲାଟ୍ ସମେତ ମୋଟ ୯ଟି ଫ୍ଲାଟ୍ ଓ କଟକରେ ଗୋଟିଏ କୋଠା ରହିଛି। ଅଳଙ୍କାର ବାବଦରେ ୧୦ ଗ୍ରାମ ହୀରା, ବିଭିନ୍ନ ବ୍ୟାଙ୍କରେ ୫୦୦ ଗ୍ରାମ୍ ସୁନା, ୨୫୦ ଗ୍ରାମ ରୁପା ଅଳଙ୍କାର ସହ ସାଢ଼େ ୩୯ ଲକ୍ଷ ଟଙ୍କାର ବୀମା ଓ ବ୍ୟାଙ୍କ ଜମା, ନାମୀ ଦାମୀ ଘଡ଼ି, ଗୋଟିଏ କାର୍ ମିଳିଛି। ସ୍ଥାବର ଅସ୍ଥାବର ସବୁ ସମ୍ପତ୍ତିର ମୂଲ୍ୟ ୭କୋଟି ୨୧ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଏହା ତାଙ୍କ ରୋଜଗାର ୩୬୫% ଆୟ ବର୍ହିଭୂତ ବୋଲି ଗଣନା କରାଯାଇଛି। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଜେରା ବେଳେ ଜମି ଦଲାଲି କରୁଥିବାର ସ୍ୱିକାର କରିଛନ୍ତି । ରିଅଲ୍ ଇଷ୍ଟେଟ୍ କାରବାରରେ ପଶିବା ପୂର୍ବରୁ ସେ ଔଷଧ କିଣାବିକାରେ ହେରଫେର୍ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି।ତେବେ ରିଅଲ୍ ଇଷ୍ଟେଟ୍ କାରବାରରେ ତାଙ୍କ ସହ କେଉଁ ବିଲ୍ଡର ଥିଲେ ଓ କେଉଁମାନେ ସହଯୋଗ କରିଥିଲେ ,ଜଗନ୍ନାଥଙ୍କ ସହ ଲିଙ୍କରେ ଥିବା ବ୍ୟକ୍ତିମାନଙ୍କର ବ୍ୟାଙ୍କ ଆକାଉଣ୍ଟର ଟ୍ରାଞ୍ଜାକ୍ସନ ଆଦି ଯାଂଚ କରିବାଆରମ୍ଭ କରିଛି ଭିଜିଲାନ୍ସ ।ତେବେ କୁବେର ଏଲଆଇଙ୍କର କଳାସାମ୍ରାଜ୍ୟ ଅଧିକ ଥିବାର ଆକଳନ କରି ତାଙ୍କୁ ତାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ଭିଜିଲାନ୍ସ ।

Leave A Reply

Your email address will not be published.