ଜଳାଶୟରେ ବୁଡ଼ ପକାଇପାରିବେନି ଭକ୍ତ

ଖବର ଆଜିର ତାରିଖ ୧୬-୧୧-୨୦୨୧/ମଙ୍ଗଳବାର

0 233

୧-ବର୍ଷା ବୁଡାଇଦେଲା ଚଷା ପୁଅର ବର୍ଷକର ଦାନା । ବିଲରେ ଭାସୁଛି ଧାନ । କଣ କରିବ କୃଷକ, ଚାଷୀ ଆଖିରେ ଲୁହ ।
୨-ପଞ୍ଚାୟତ ନିର୍ବାଚନ ଗାଇଡଲାଇନ୍‌: ସର୍ବାଧିକ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ, ୫କାର ଓ ୧୦ବାଇକରେ ପ୍ରଚାର କରିପାରିବେ ZP ସଭ୍ୟ ପ୍ରାର୍ଥୀ ।
୩-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଏଣିକି ଦେଶରେ ସୂର୍ଯ୍ୟାସ୍ତ ପରେ ମଧ୍ୟ ହୋଇପାରିବ ପୋଷ୍ଟମର୍ଟମ ।
୪-ରାଂଚିରେ ବିର୍ସା ମୁଣ୍ଡା ସଂଗ୍ରାହଳୟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ: ସେପଟେ ଭୋପାଳରେ ଜନସାଧାରଣଙ୍କୁ ଭେଟିଦେଲେ ଅତ୍ୟାଧୁନିକ ରେଳଷ୍ଟେସନ
୫-କର୍ଣ୍ଣଲଙ୍କ ମୃତ୍ୟୁର ପ୍ରତିଶୋଧ: ୩ ଉଗ୍ରବାଦୀଙ୍କୁ ନିପାତ କଲା ଆସାମ ରାଇଫଲ୍ସ
୬-କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଏମ୍‌ସିର ଗାଇଡଲାଇନ୍‌ ଜାରି: ଜଳାଶୟରେ ବୁଡ଼ ପକାଇପାରିବେନି ଭକ୍ତ ।
୭-ବିମାନବନ୍ଦରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦୁଇଟି ଘଣ୍ଟା ଜବତ କଲା କଷ୍ଟମ ବିଭାଗ: ଦାମ୍ ୫ କୋଟି ଟଙ୍କା ।
୮-ଋଷରୁ ଆସିଲା ଅତ୍ୟାଧୁନିକ ମିଜାଇଲ ଲଂଚର: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ସାମିଲ ହେବ ‘ଏସ-୪୦୦’ ମିଜାଇଲ ସିଷ୍ଟମ୍ ।
୯-ଅର୍ଥ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ବୈଠକରେ ପ୍ରକାଶ , ‘କ୍ରିପ୍ଟୋକରେନ୍ସିକୁ ଅଟକାଇ ହେବ ନାହିଁ, କିନ୍ତୁ ଏହାକୁ ନିୟନ୍ତ୍ରିତ କରିହେବ ।
୧୦-ଆଜି ପୂର୍ବାଂଚଳ ଏକ୍ସପ୍ରେସ ୱେକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ: ବାୟୁସେନା ବିମାନ ସହ ରାଜରାସ୍ତାରେ କରିବେ ଅବତରଣ
୧୧-ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବିଧାନସଭାରେ ବିରୋଧୀ କରିବେ ବାସନ୍ଦ । କଂଗ୍ରେସ ଓ ବିଜେପି ସଦସ୍ୟ କହିଲେ, ମନ୍ତ୍ରୀଙ୍କୁ ପୂରାଇ ଦେବୁନି ବିଧାନସଭା ।
୧୨-କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କୁ ପୁଣି ଝଟକା, ଜାମିନ ଆବେଦନ ଖାରଜ, ଜେଲରୁ ବାହାରିବା ଏବେ ମୁସ୍କିଲ ।
୧୩-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା : ସାମିଲ ହେଲା ଝାରସୁଗୁଡା ଜିଲ୍ଲା – ଜିଲ୍ଲାର ୧ ଲକ୍ଷ ୧୫ ହଜାର ପାଇବେ ସ୍ମାର୍ଟ କାର୍ଡର ସୁବିଧା ।
୧୪-ମୁଖ୍ୟମନ୍ତ୍ରୀ ହୀରାକୁଦ ନଦୀ ବନ୍ଧ ପ୍ରକଳ୍ପ ଦ୍ବାରା ଝାରସୁଗୁଡାର ୨୦୦୦ ବିସ୍ଥାପିତ ପରିବାରକୁ ଘରଡିହ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହାଦ୍ବାରା ବିସ୍ଥାପିତଙ୍କର ଦୀର୍ଘ ଦିନର ସମସ୍ୟା ଦୂର ହେବ।
୧୫-କୋରାପୁଟ ପରେ କଳାହାଣ୍ଡିରେ ଅପରାଜିତା । ସ୍ଥାନୀୟ ସାଂସଦ, ବିଧାୟକ ଓ ନେତାଙ୍କ ବିନା ଉପସ୍ଥିତିରେ କଲେ ଶକ୍ତି ପ୍ରଦର୍ଶନ
୧୬-ହିନ୍ଦୁତ୍ବକୁ ISIS ଆତଙ୍କୀ ସଂଗଠନ ସହ ତୁଳନା ପଡିଲା ମହଙ୍ଗା, କଂଗ୍ରେସ ନେତା ସଳମାନ ଖୁର୍ସିଦଙ୍କ ଘରେ ଜଳାପୋଡା ଓ ପଥର ମାଡ ।।
୧୭-ସାମ୍ନାକୁ ଆସିଲା KBN ଗ୍ୟାଙ୍ଗ୍‌ର ନୂଆ ଗ୍ରୁପ୍ ‘ଟାଉନ୍ ଟାଇଗର’ ।
୧୮-ସ୍କୁଲ୍‌ ଫେରିଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ, ଆରମ୍ଭ ହେଲା କ୍ଲାସ୍‌ରୁମ୍‌ ପାଠପଢ଼ା ।
୧୯-ପର୍ଯ୍ୟଟକଙ୍କ ପାଇଁ ଶିମଳିପାଳ ବନ୍ଦ ।
୨୦-ବିଶ୍ବବ୍ୟାପୀ ହେବ କୋ-ୱିନ ପୋର୍ଟାଲ : ଜ୍ଞାନକୌଶଳ ନେବାକୁ ୧୨ଟି ରାଷ୍ଟ୍ରର ବୁଝାମଣା ।
୨୧-ଅଧିନାୟକ ଭାବେ ରୋହିତ ବହୁତ କୁଲ୍, ଡ୍ରେସିଂ ରୁମର ମାହୋଲ ବହୁତ ଭଲ ରହିବ: କେଏଲ ରାହୁଲ ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.