ଆଜିର ଅନୁଚିନ୍ତା

ତାରିଖ - ୧୬:୧୧:୨୦୨୧ (ମଙ୍ଗଳବାର)

0 591

🦋କଥାଟା ଆପ୍ରିୟ ହେଲେ ମଧ୍ୟ ସତ୍ୟ ଅଟେ , ଦୂର ର କିମ୍ବା ନିକଟ ରେ ଥିବା ସମ୍ପର୍କରେ ସ୍ଥିତି ବଜାୟ ରଖିବା ଆମ ନିଜର ସ୍ୱଭାବ ଓ ଆନ୍ତରିକତା ଉପରେ ହିଁ ନିର୍ଭର କରେ ।
🦋ହଜି ଯାଇଥିବା ସମ୍ପତି,ଭୁଲି ଯାଇଥିବା ବିଦ୍ୟା,ଓ ଖରାପ ହୋଇଥିବା ସ୍ବାସ୍ଥ୍ୟକୁପୁଣିଥରେ ଫେରି ପାଇ ହୁଏ ସତ କିନ୍ତୁ ବିତିଯାଇଥିବା ସମୟ କେବେ ବି ଫେରି ଆସେନା ।
🦋ଏ ଦୁନିଆରେ ଆପଣଙ୍କ ନାମ ସହିତ ଅନେକ ଲୋକଙ୍କର ନାମ ମିଶିଯାଇ ପାରେ, କିନ୍ତୁ ଆପଣଙ୍କ ବ୍ୟବହାର ଓ ଚରିତ୍ର କାହା ସହିତ ସମାନ ହୁଏ ନାହିଁ, ସେଥିପାଇଁ ନିଜ କର୍ମ ଉପରେ ବିଶ୍ବାସ ରଖ ଆଉ ଏମିତି କିଛି କରି କି ଦେଖାଅ ଯେମିତି ଆପଣଙ୍କୁ ଦେଖିବାକୁ ଲୋକ ଝୁରିବେ ।
🦋କୋଇଲାକୁ ଯେତେ କ୍ଷୀରରେ ଧୋଇଲେ ବି ତା’ର ରଙ୍ଗରେ କେବେ ବି ପରିବର୍ତ୍ତନ ଆସି ନଥାଏ ସେମିତି ଦୁନିଆରେ ଏମିତି କିଛି ଲୋକ ଥାଆନ୍ତି , ସେମାନଙ୍କୁ ଯେତେ ଭଲ ପାଇବା , ସ୍ନେହ ଦେଲେ ମଧ୍ୟ ସେମାନେ ନିଜର ହୋଇ ପାରନ୍ତି ନାହିଁ ।
୦୧.ଉପଦେଶ ଦେବା ସହଜ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ । ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ ।
୦୨. ଭାଗ୍ୟ କେବଳ ପରିଶ୍ରମ ଦ୍ଵାରା ବଦଳିଥାଏ ବସିକି ଚିନ୍ତା କରିବା ଦ୍ବାରା ନୁହେଁ
୦୩. ସ୍ବାମୀ ଏବଂ ସ୍ତ୍ରୀ ଉଭୟ ୩ ଟି ଜିନିଷରେ ସମାନ ହେବା ଉଚିତ୍ । ଉତ୍ତମ ବୁଝାମଣା, ପରସ୍ପର ପ୍ରତି ସମ୍ମାନ ଏବଂ ସମାନ ଅଧିକାର।
୦୪.ଛୋଟ ଛୋଟ କଥାକୁ ହୃଦୟରେ ଧରି ରଖିଲେ ଉତ୍ତମ ସମ୍ପର୍କ ମଧ୍ୟ ଦିନେ ନା ଦିନେ ଦୁର୍ବଳ ହୋଇଯାଏ ।
୦୫.ଦୁନିଆରେ ସବୁଠାରୁ ଦାମୀ ଜିନିଷ ହେଲା “ବିଶ୍ବାସ” ।ଯାହା ଅର୍ଜନ କରିବାକୁ ବର୍ଷ ପରେ ବର୍ଷ ଲାଗିଯାଏ। ହରେଇବା ପାଇଁ ଗୋଟାଏ ମୂହୂର୍ତ୍ତ ଲାଗିଥାଏ
୦୬.ଆସନ୍ତା କାଲିକୁ କିଏ ଦେଖିଛି।ତେବେ ଆସନ୍ତା କାଲିର ଅପେକ୍ଷା କଣ ପାଇଁ କରିଛନ୍ତି । ଯାହା କରିବାର ଅଛି ଏବେଠାରୁ ଆରମ୍ଭ କରନ୍ତୁ ।
୦୭.କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ , ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ ।
୦୮. ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା। କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ ।
୦୯.ନିଜର ଶକ୍ତି ସହିତ ଲଢ଼ନ୍ତୁ ,ଅନ୍ୟ କାହାର ଦୁର୍ବଳତା ସହିତ ନୁହେଁ ।କାରଣ ପ୍ରକୃତ ସଫଳତା ନିଜ ପ୍ରୟାସରେ ମିଳିଥାଏ ।ଅନ୍ୟର ପରାଜୟରେ ନୁହେଁ । ୧୦.ଏହା ଅପ୍ରିୟ ହେଲେ ବି ସତ ଯେ ଆପଣ ଜୀବନରେ ଯଦି ଖୁସିରେ ରହିବାକୁ ଇଛା କରୁଛନ୍ତି , ତେବେ ଅନ୍ୟ ଉପରେ ଆଶା ରଖିବା ଠିକ୍ ନୁହେଁ ।
➡️ନିସାପିଙ୍କୁ ସିନା ମାଗିଲେ ନିୟାଅ ସୁ ବିଚାର ବନ୍ଧୁ ପାଇବ,ଘରଭଙ୍ଗାଟାକୁ କହିଲେ ଗୁମର ବାଟେ ପଡ଼ି ହାଟେ ଗଡ଼ିବ ।
➡️ମଣିଷ ସେତେବେଳେ ବଦଳିବାକୁ ବାଧ୍ୟ ହୋଇଥାଏ ଯେବେ ତାର ହୃଦୟ ଓ ବିଶ୍ବାସ ଦୁଇଟିଯାକ ଏକା ସାଙ୍ଗରେ ଭାଙ୍ଗିଥାଏ …।
➡️ଜୀବନରେ ଯଦି କେବେ କାହା ପାଇଁ ନଇଁବାକୁ ପଡେ ,ତାହେଲେ ପଛ ଘୁଞ୍ଚା ଦିଅନ୍ତୁ ନାହିଁ କାହିଁକି ନା ଦୂର ଆକାଶର ସୂର୍ଯ୍ୟ ବି ସନ୍ଧ୍ୟାରେ ଅସ୍ତ ହୋଇଯାଏ ରାତ୍ରୀର ଜହ୍ନ ପାଇଁ ।
➡️ସଂଘର୍ଷର ଅର୍ଥ କ’ଣ ନିଜ ବାପାଙ୍କ ଠାରୁ ବୁଝ, ଆଉ ସଂସ୍କାର କ’ଣ ମାଆଙ୍କ ଠାରୁ ବୁ 🙏ଜୟ ଶ୍ରୀ ରାମ🙏ଶୁଭ ସକାଳ.ଆଜି ମଙ୍ଗଳବାର ପ୍ରଭୁ ହନୁମାନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏

 

Leave A Reply

Your email address will not be published.